ଭୁବନେଶ୍ୱର : ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍ । ବାଲିଅନ୍ତା ଥାନା ରଙ୍ଗ ବଜାର ଶ୍ରେୟା ଏସଜି ହାଇଟ୍ସ ଆପାର୍ଟମେଣ୍ଟର ଦୁଇଟି ଘରୁ ଲୁଟ ହୋଇଛି । ଘରେ କେହି ନଥିବା ବେଳେ ଲୁଟ ହୋଇଥିବା ବେଳେ ଲୁଟ ବେଳର ସିସିଟିଭି ଫୁଟେଜ ମିଳିଛି । ଚାରିରୁ ପାଞ୍ଚ ଜଣ ଲୁଟେରା ଘର ତାଲା କାଟି, ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ରାଜଧାନୀ ଉପକଣ୍ଠ ପୁବା ସାହି ଅଞ୍ଚଳରେ ଏଭଳି ସିରିଜ ଲୁଟ ହୋଇଥିଲା । ପୋଲିସ ଏ ଦିଗରେ ତଦନ୍ତ କରୁଛି । ସିସିଟିଭି ସହ ଭଲ ପଞ୍ଜୀକୃତ ସଂସ୍ଥାର ସିକ୍ୟୁରିଟି ରଖନ୍ତୁ ବୋଲି ଡିସିପି କହିଛନ୍ତି ।