ସଂଚାର ବ୍ୟୁରାେ: ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ। ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଖଣ୍ଡଗିରି ଥାନା ପୋଲିସ। ସହର ଭିତରକୁ ନୀଳ ଜହର ଆସୁଥିବା ବେଳେ ମାଡିବସିଲା ପୋଲିସ।ଫୁଲବାଣୀରୁ ହିମାଚଳ ପ୍ରଦେଶ ଚାଲାଣ କରାଯାଉଥିବା ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ। ଦୁଇ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି। ପ୍ରାୟ ୫ କୁଇଣ୍ଟାଲରୁ ଅଧିକ ଗଂଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି କୁହାଯାଇଛି।