ସଂଚାର ବ୍ୟୁରୋ: ମଦ୍ୟପ ଚାଳକ ସାବଧାନ। ମଦ ପିଇ ଗାଡ଼ି ଚଳାଇଥିଲେ ଗାଡ଼ି ହେବ ସିଜ୍ । ରାଜଧାନୀର ପ୍ରତି ଛକରେ ଜଗିଛି କମିଶନରେଟ ପୋଲିସ । ଭୁବନେଶ୍ବରର ସମସ୍ତ ପୋଲିସ ଷ୍ଟେସନ ପକ୍ଷରୁ ମୋଟ ୧୦ଟି ଜାଗାରେ ହେଉଛି କଡ଼ା ଚେକିଂ । ସନ୍ଦିଗ୍ଧ ଗାଡ଼ି ସବୁକୁ ସମ୍ପୂର୍ଣ୍ଣ ତଦାରଖ କରିବା ସହ ଡ୍ରିଙ୍କ୍ ଏଣ୍ଡ ଡ୍ରାଇଭକୁ କଡାକଡି ଭାବେ ଚେକିଂ କରାଯାଉଛି । ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଚିହ୍ନିବା ପାଇଁ ବ୍ରିଥ ଅନାଲାଇଜର ବ୍ୟବହାର କରାଯାଉଛି । ଚେକିଙ୍ଗରେ ଧରା ପଡ଼ିଥିବା ଗାଡ଼ିକୁ ସିଜ୍ କରିବା ସହ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଉଛି ବୋଲି କହିଛନ୍ତି ଡିସିପି । ସେହିଭଳି ସ୍ମାର୍ଟସିଟି ପକ୍ଷରୁ ବିଭିନ୍ନ ନୂଆ ଟେକ୍ନୋଲୋଜିର ବ୍ୟବହାର ହେଉଛି । ବିଭିନ୍ନ ଅତ୍ୟାଧୁନିକ ମେସିନ ତଥା କ୍ୟାମେରା ଆଦିର ବ୍ୟବହାର କରି ଗାଡ଼ିକୁ ଟ୍ରାକ୍ କରିବାରେ ମଧ୍ୟ ସକ୍ଷମ ହେଉଛି ପୋଲିସ ।