ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ । ବସ ଡ୍ରାଇଭରଙ୍କୁ ମାଡ ମାରିବା ସହ ଯାତ୍ରୀଙ୍କୁ ଓହ୍ଲାଇଦେଲେ ଦୁର୍ବୃତ୍ତ । ଘଟଣା ଘଟିଥିଲା ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାସ୍ତାର । ଗାଡି ସାଇଡମରାକୁ ନେଇ ଅଧଘଣ୍ଟା ଧରି ରାସ୍ତା ଉପରେ ଆତଙ୍କ ରଚିଲେ ଯୁବକମାନେ। ବସକୁ ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ବସ ଭଙ୍ଗାରୁଜା କରି ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଇ ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ସହିଦନଗର ଥାନା ପୋଲିସ ଆକ୍ରମଣ କରିଥିବା ୫ ଜଣକୁ ଅଟକ ରଖି ତଦନ୍ତ କରୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।