ସଂଚାର ବ୍ୟୁରୋ: ମଙ୍ଗଳବାର ଭୁବନେଶ୍ଵର ବନ୍ଦ। ଆସନ୍ତା ମଙ୍ଗଳବାର ୨୪ ତାରିଖରେ ବିଜେଡିର ଭୁବନେଶ୍ଵର ବନ୍ଦ ଡାକରା। ରାଜଧାନୀରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜୁ ଜନତା ଦଳ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ପ୍ରସଙ୍ଗ ନେଇ ଏହି ବନ୍ଦ ଡାକରା ଦେଇଛି ବିଜେଡି। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଘଟଣାକୁ ନେଇ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛି ବିଜେଡି। ଘଟଣାକୁ ବର୍ବର ଓ ଅମାନୁଷିକ ବୋଲି କହିଛି ଦଳ।ଭୁବନେଶ୍ୱର ଐତିହ୍ୟ ନଗରୀରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦିଆଗଲା। ଘଟଣା ଆଜି ରାଜ୍ୟର ମାନ ସମ୍ମାନ ହାନୀ କରିଛି। ଘଟଣାକୁ ନେଇ ବିଭିନ୍ନ ସଂଗଠନ କ୍ଷୋଭ ପ୍ରକାଶ କରିଛନ୍ତି। ମହିଳା ସଶକ୍ତିକରଣ ପାଇଁ କାମ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।
ମହିଳା ବିଜେଡି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ଦେଇଛି। ଯେଉଁ ୧୦୦ ଦିନର ସଫଳତା ନେଇ ସରକାର ଜୟନ୍ତୀ ପାଳୁଛନ୍ତି ସେମାନେ ଏହି ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା ପରେ ଘଟଣାର ତଦନ୍ତ ହେଲା। ୧୦୦ ଦିନର ଯାତ୍ରାରେ ପ୍ରଥମ ରାଜ୍ୟପାଳ ପୁଅ ଝାଡ଼ଖଣ୍ଡରୁ ଆସି ASO ଙ୍କୁ ମାଡ଼ ମାରିଲେ। ୧୦୦ ଦିନ ଶେଷରେ ଭରତପୁର ଘଟଣା ହେଲା। ଏହାକୁ ନେଇ ଆସନ୍ତା ୨୪ ତାରିଖ ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି। ଗତ ୧୪ ତାରିଖରେ ଏହି ଘଟଣା ଘଟିଲା। ଏହି ଘଟଣାକୁ ଲୋକଲୋଚନକୁ ନ ଆଣିବାକୁ ଷଡଯନ୍ତ୍ର ହୋଇଥିଲା। ଏହା ସରକାର ଜାଣିଶୁଣି କଲେ। ଯଦି ଏହା ସରକାରଙ୍କ ଗୋଚରରେ ନଥିଲା, ତାହାଲେ ୫ ପୋଲିସ ଅଧିକାରୀଙ୍କୁ କାହିଁକି ନିଲମ୍ବନ କଲେ ବୋଲି ପ୍ରଶ୍ନ କରିଛି ବିଜେଡି।
AIIMS ଵି କହିଛି ପୀଡ଼ିତାଙ୍କୁ ଆଘାତ ଲାଗିଛି।ହେଲେ ଜାତୀୟ ଗଣମାଧ୍ୟମରେ ଜଣେ ଉଚ୍ଚପଦସ୍ତ ପୋଲିସ ଅଧିକାରୀ ଭରତପୁର ଥାନାକୁ କ୍ଲିନ ଚିଟ ଦେଇଦେଲେ। ଏହି ଘଟଣାକୁ କାହିଁକି ଘୋଡାଉଛନ୍ତି ରାଜ୍ୟ ସରକାର? ପୀଡିତାଙ୍କ ଭିଡିଓ ବାହାରକୁ କେମିତି ଆସିଲା। ହେଲେ ଥାନା ଭିତରେ ମାଡ଼ ଭିଜୁଆଲ କୁଆଡେ ଗଲା। ଏହା ସରକାରଙ୍କ ପ୍ରାୟୋଜିତ ବୋଲି ଅଭିଯୋଗ କରିଛି ବିଜେଡି। ରାଜ୍ୟପାଳଙ୍କ ପୁଅ ମାଡମରା ଘଟଣାରେ ଅନେକ ଦିନ ବିତିଲାଣି। ହେଲେ କିଛି ରିପୋର୍ଟ ଆସିଲାନି। ଏହାର ପ୍ରତିବାଦ କରି ବନ୍ଦ ପାଳନ କରିବ ବିଜେଡି। ସମସ୍ତେ ଏହି ବନ୍ଦକୁ ସମର୍ଥନ କରିବାକୁ ଆହ୍ଵାନ କରିଛି ବିଜେଡି। ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରମାଣିତ କରନ୍ତୁ ସରକାର। ନହେଲେ ଆଗକୁ ଆହୁରି ଆନ୍ଦୋଳନ ତୀବ୍ର ହେବ ବୋଲି କହିଛି ବିଜେଡି।…