ସୋମବାର ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ଓଭର ବ୍ରିଜ୍ର ବ୍ୟାରିକେଡ୍ ଭାଙ୍ଗି ବସ୍ତି ଉପରକୁ ଖସି ପଡ଼ିଲା କାର୍ । ରାଜଧାନୀ ଭୁବନେଶ୍ଵରର ଶିଶୁ ଭବନ ଛକରେ ସୋମବାର ସକାଳେ ବଡ଼ ଧରଣର ଦୁର୍ଘଟଣା ଘଟିଛି ।
ଶିଶୁଭବନ ଛକ ପଟୁ ଏକ ଧଳାରଙ୍ଗର କାର୍ ମାଉସୀମା ଛକ ଆଡ଼କୁ ଯାଉଥିବା ବେଳେ ଓଭର୍ ବ୍ରିଜ୍ ବ୍ୟାରିକେଡ୍ ଭାଙ୍ଗ କେଦାରପଲ୍ଲୀ ବସ୍ତି ଉପରେ ଖସି ପଡ଼ିଛି । କାର୍ ଖସିବା ସମୟରେ ପରିବାର ପିଲାଙ୍କ ସହ ଶୋଇଥିଲେ । ନିକଟରେ ଥିବା ମନ୍ଦିରର ପୂଜାରୀ ମଧ୍ୟ ସେଠାରେ ଶୋଇଥିଲେ ।
କେଦାରପଲ୍ଲୀ ବସ୍ତିରୁ ଘର ଉପରୁ ଉଠାଗଲା ଦୁର୍ଘଟଣାଗ୍ରସ୍ତ କାର । କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ କାର୍ ଉଠାଇଲା ପୋଲିସ । ଆଜି ସକାଳେ ଶିଶୁଭବନ ଓଭରବ୍ରିଜ୍ ଉପରୁ ୧୦ ଫୁଟ୍ ତଳକୁ ଖସିପଡ଼ିଥିଲା କାର୍ । ଫଳରେ ଘରେ ଥିବା ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ଦୁର୍ଘଟଣା ଘଟାଇଥିବା ମଦ୍ୟପ ଡ୍ରାଇଭର ଅଟକ ରହିଛି ।
ସୂଚନା ଅନୁସାରେ ଆଜି ସକାଳେ ଭୁବନେଶ୍ବର ଶିଶୁ ଭବନ ଓଭର ବ୍ରିଜରେ ବ୍ୟାରିକେଡରେ଼ ପିଟି ହୋଇ ୧୦ ଫୁଟ ତଳକୁ ଖସି ପଡ଼ିଥିଲା କାର । ତଳେ ଥିବା ଗଛରେ ପିଟି ହୋଇ ଏକ ଘର ଉପରକୁ ଛିଟିକି ପଡ଼ିଥିଲା କାର । ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ ଚାଳକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିଲା ।

