ସଂଚାର ବ୍ୟୁରୋ: ଗୁରୁବାର ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱର ବାର ଆସୋସିଏସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଜରିଆରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାର ଆସୋସିଏସନ ସଭାପତି କୁନ୍ଦନ ରଥ ଓ ସମ୍ପାଦକ ଦୀପକ ଦାସଙ୍କ ସଂଯୋଜନାରେ ଆଇନଜୀବୀମାନେ
ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ଯାଇଥିଲେ । କୋର୍ଟ ପରିସରରୁ କଳ୍ପନା ଛକ ଦେଇ ନୂଆ କୋର୍ଟ ବିଲଡିଂ ପର୍ଯ୍ଯନ୍ତ ଶୋଭାଯାତ୍ରା ଯାଇଥିଲା । କାର୍ଯ୍ୟକ୍ରମରେ ଆଇନଜୀବୀ ନିର୍ମଳ ରଥ, ଜିତେନ୍ଦ୍ର ପାତ୍ର, ଅଶୋକ ବଡ଼ପଣ୍ଡା ଓ ଭାଗ୍ୟବତୀ ରାଉତରାୟଙ୍କ ସମେତ ଶତାଧିକ ଆଇନଜୀବୀ ଯୋଗଦେଇଥିଲେ ।