ସଂଚାର ବ୍ୟୁରୋ: ଭୁବନେଶ୍ବର ସିଆରପି ଓଭରବ୍ରିଜ ଉପରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ଓଲା ଡ୍ରାଇଭର ବୋଲି ଜଣାପଡିଛି । ନିଜ ବାଇକ ଯୋଗ ଯାଉଥିବା ବେଳେ ଧକ୍କା ଦେଇଛି ଅଜଣା ଟ୍ରକ । ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମୃତକଙ୍କ ପରିଚୟ ଓ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କ ସମ୍ପର୍କରେ ଚାଲିଛି ଖୋଳତାଡ଼ ।