Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

୧୨୦ କୋଟି ଟଙ୍କାର ସୁନା ବୋହିନେଲେ ରାଜଧାନୀବାସୀ

Sanchar Live by Sanchar Live
November 7, 2026
in ଓଡିଶା
0
0
SHARES
30
VIEWS
Facebook
Twitter

ଧନତେରସରେ ଚମକିଲା ସୁନା ବଜାର । ୧୨୦ କୋଟି ଟଙ୍କାର ସୁନା ବୋହିନେଲେ ରାଜଧାନୀବାସୀ । କାର୍ତ୍ତିକ ମାସର ତ୍ରୟୋଦଶୀ ଦିନ ପାଳିତ ହେଉଥିବା ଏହି ପର୍ବକୁ ଧନତ୍ରୟୋଦଶୀ ମଧ୍ୟ କୁହାଯାଏ।

ଧନତେରାସ୍‌କୁ ସୁଖ ଆଉ ସମୃଦ୍ଧିର ଦିନ ଭାବରେ ବିବେଚନା କରାଯାଏ। ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ କରାଯାଏ। ଏହାକୁ ନଜରରେ ରଖି ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରଗୁଡିକର ସୁନା ଗହଣା ଦୋକାନଗୁଡିକ ସଜେଇ ହୋଇରହିଥିଲା। ପୂର୍ବବର୍ଷର ଦରକୁ ଦେଖିଲେ ଏଥର ଦର ଅଧିକ ରହିଛି। ଅର୍ଥାତ୍‌ ଚଳିତବର୍ଷ ସୁନା ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି।

Related posts

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

November 7, 2026
ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

November 7, 2026

ଚଳିତ ବର୍ଷ, ଧନତେରାସ୍‌ରେ ଦେଶର ବିଭିନ୍ନ ଭାଗରୁ ଅଭୂତପୂର୍ବ ସପିଂ ରିପୋର୍ଟ ଆସିଛି। ଯଦିବା କିଛି ଦିନ ପୂର୍ବେ ସୁନା ଓ ରୁପା ଦର ଅଧିକ ରହିଥିଲା, ହେଲେ କ୍ରମାଗତ ଭାବେ ଏଥିରେ  ହ୍ରାସ ପରେ ଦର କମିଛି। ଯାହାଫଳରେ ଏହି ମୂଲ୍ୟ ହ୍ରାସର ସୁଯୋଗ ନେଇ ଲୋକେ ସୁନା କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।  ଆହୁରିମଧ୍ୟ ଆଗକୁ ବିବାହ ଋତୁ ଥିବାରୁ ଲୋକଙ୍କ ସୁନା କିଣା ଟ୍ରେଣ୍ଡ୍‌ ବଢ଼ିଛି। କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍‌)ର ରିପୋର୍ଟ ଅନୁସାରେ ଏଥର ଧନ୍‌ତେରାସରେ  ସାରା ଦେଶରେ ୧.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି।

ଏଥିରେ କେବଳ ୬୬ ହଜାର କୋଟି ଟଙ୍କାର ସୁନା ଏବଂ ରୁପା କାରବାର ହୋଇଥିବା ଜଣାପଡିଛି। ବଜାର  ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏଥର ଧନ୍‍‍ତେରାସ୍‍ରେ ରାଜ୍ୟରେ ପ୍ରାୟ ୧.୮୦ କୋଟି ଏବଂ ରାଜଧାନୀରେ ୧୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ଗହଣା ବିକ୍ରି ହୋଇଛି।

ଶନିବାର ଧନ୍‍ତେରାସ୍‍ ଅବସରରେ ସୁନା ଏବଂ ରୁପାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଦେଶରେ ଗ୍ରାହକମାନେ ଚଳିତ ବର୍ଷ ଧନତେରସରେ  ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।

କ୍ୟାଟ୍‌ର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଆଜି ସାରା ଦେଶରେ ସୁନା, ରୁପା, ଅଟୋମୋବାଇଲ୍, ବାସନକୁସନ, ରୋଷେଇ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ବୈଦ୍ୟୁତିକ ଉପକରଣ, ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି ଏବଂ ଅନ୍ୟାନ୍ୟ ଶୁଭ ସାମଗ୍ରୀ କ୍ରୟ କ୍ଷେତ୍ରରେ କ୍ରେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

କ୍ୟାଟ୍‌ର ଅଳଙ୍କାର ଶାଖା ଅଲ ଇଣ୍ଡିଆ ଅଳଙ୍କାର ଏବଂ ସୁନା ଗହଣା ମହାସଂଘ (ଏଆଇଜେଜିଏଫ୍‌)ର ସଭାପତି ପଙ୍କଜ ଆରୋରା କହିଛନ୍ତି, ଏଇ କିଛି ଦିନ ଧରି ଦେଶବ୍ୟାପୀ ଅଳଙ୍କାର ବଜାରରେ ଗ୍ରାହକଙ୍କ ଖରିଦାରି ଢ଼େର ବଢ଼ିଯାଇଛି। ଆଜି କେବଳ ରାଜଧାନୀ ଦିଲ୍ଲୀର ସୁନା ବଜାରରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ କ୍ରୟ ରେକର୍ଡ ହୋଇଛି। ମୂଲ୍ୟବାନ ଧାତୁର ଉଚ୍ଚ ମୂଲ୍ୟ ଯୋଗୁ ଗ୍ରାହକମାନେ ହାଲୁକା ଅଳଙ୍କାର, ପାରମ୍ପରିକ ଅଳଙ୍କାର, ରୁପା ମୁଦ୍ରା କ୍ରୟକୁ ପ୍ରାଥମିକତା ଦେଇଛନ୍ତି।

ଅପରପକ୍ଷେ ଆଜି ରାଜଧାନୀ ଭୁବନେଶ୍ବରର ଶୋ’ ରୁମ୍‍ଗୁଡିକରେ ବିକ୍ରି ବଟା ବିଗତ ବର୍ଷ ତୁଳନାରେ ବେଶ ଭଲ ରହିଥିଲା। ଧନ୍‌ତେରାସ୍‌ ପାଇଁ କେଉଁ ଶୋ’ ରୁମ୍‍ ସୁନା କଏନ୍‍ ତ କିଏ ଗଢ଼ା ମଜୁରିରେ ଅଫର ଦେଇଥିଲା। କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଏବଂ ଅନୁଗୋଳ ଆଦି ସହରରେ ସୁନା ଗହଣା କାରବାର ବେଶ ଭଲ ରହିଥିଲା।

୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୧,୫୦୦ ଟଙ୍କା ରହିଥିବାବେଳେ ଗତ ବର୍ଷ ଏହା ୧,୧୯,୯୫୦ ଟଙ୍କା ରହିଥିଲା। ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ଚଳିତଥର ୧,୪୩,୪୬୦ ଟଙ୍କା ରହିଥିବାବେଳେ ପୂର୍ବବର୍ଷ ୧,୩୦,୮୬୦ ଟଙ୍କା ଥିଲା। ସେହିଭଳି ରୁପା କିଲୋ ପିଛା ଏଥର ୨,୦୫,୦୦୦ ଟଙ୍କା ରହିଛି, ଗତବର୍ଷ ଏହା ୧,୯୦,୧୦୦ ଟଙ୍କା ରହିଥିଲା।

Tags: dhantareshgold

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ମହିଳା ଶିଳ୍ପୋଦ୍ୟୋଗୀ ନିଜର ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍ ଉପହାର
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି
  • ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.