ସଂଚାର ବ୍ୟୁରୋ: ଧରା ପଡ଼ିଗଲା ସ୍ତ୍ରୀର ପରକୀୟ ପ୍ରୀତି। ଶେଷରେ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ସ୍ବାମୀଙ୍କୁ ଛାଡ଼ି ପ୍ରେମିକର ହାତ ଧରିଲେ ଦୁଇ ଛୁଆର ମାଆ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସୀମାନ୍ତ ଅଞ୍ଚଳର ଘଟଣା । ବିବାହିତ ଯୁବକ ଓ ମହିଳାଙ୍କ ପରକୀୟା ପ୍ରୀତି ଗ୍ରାମବାସୀଙ୍କ ହାତରେ ଧରପଡ଼ିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଲୋକେ । ପରିବାର ଲୋକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ହାତରୁ ଶଙ୍ଖା ଖୋଲି ସ୍ବାମୀଙ୍କୁ ଦେବା ପରେ ପ୍ରେମିକ ହାତରୁ ଶଙ୍ଖା ଓ ସିନ୍ଦୁର ପିନ୍ଧି ପ୍ରେମିକ ବାଇକରେ ବସି ପ୍ରେମିକ ଘର କଙ୍କଡ଼ାହାଡ଼ ବ୍ଲକକୁ ଯାଇଛନ୍ତି ମହିଳା । ମହିଳାଙ୍କ ସ୍ଵାମୀ ଯେଉଁ କଂପାନୀରେ ଡ୍ରାଇଭର୍ କାମ କରନ୍ତି ସେହି କମ୍ପାନୀରେ ଯୁବକ ସିକ୍ୟୁରିଟି ଗାର୍ଡ ଚାକିରି କରନ୍ତି । ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅନେକ ସମୟରେ ସେ ତାଙ୍କ ଘରକୁ ଲୁଚାଛପାରେ ଯିବାଆସିବା କରୁଥିଲେ । ଗ୍ରାମବାସୀ ଉଭୟଙ୍କୁ ଧରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ।.