ସଂଚାର ବ୍ୟୁରୋ: କ୍ଯାପଟେନ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ତଦନ୍ତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରାଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ଟିମ । ନିଲମ୍ବିତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ସରିଛି । ପୀଡିତାଙ୍କ ପକ୍ଷକୁ ନେଇ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । ଥାନାରୁ ସମସ୍ତ ଦସ୍ତାବିଜ ସଂଗ୍ରହ ହୋଇଛି । ଜାତୀୟ ମହିଳା କମିଶନଙ୍କୁ ମଧ୍ୟ ରିପୋର୍ଟ ପଠାଯାଇଛି । ଅନ୍ୟ ଦିଗକୁ ନେଇ ଏବେ ମଧ୍ୟ ତଦନ୍ତ ଚାଲିଛି । ଆସନ୍ତାକାଲି ଦାଖଲ ହେବ ଚୂଡାନ୍ତ ରିପୋର୍ଟ । ଖୁବଶୀଘ୍ର ଡିଜିପିଙ୍କ ସହ ଆଲୋଚନା କରିବେ କ୍ରାଇମବ୍ରାଞ୍ଚ ଏଡିଜି । ସେପଟେ 120 ବାଟାଲିୟନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି କ୍ଯାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରୁଛି । ବାସ୍ତବରେ ସେଦିନ ରାତିରେ ଭରତପୁର ଥାନାରେ କଣ ଘଟିଥିଲା ସେ ସଂପର୍କରେ ଛାନବିନ କରୁଛି କ୍ରାଇମବ୍ରାଞ୍ଚ । ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ପୋଲିସ ଅଟକ ରଖିଥିବା ବେଳେ କ୍ରାଇମ ସିନ ରିକ୍ରିଏସନ କରାଯାଇଛି ।