ସଂଚାର ବ୍ୟୁରୋ: ଭରତପୁର ଘଟଣାର ବିଚାର ବିଭାଗୀୟ ତଦନ୍ତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ଜଷ୍ଟିସ ଚିତ୍ତରଂଜନ ଦାଶ କଣ କଣ ତଦନ୍ତ କରିବେ ସେ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଘଟଣା କ୍ରମ କଣ ଥିଲା ଏବଂ କେଉଁ ପରିସ୍ଥିତିରେ ଜଣେ ମହିଳା, ସେନା ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟବହାର ଓ ମାଡମରା ଭଳି ଘଟଣା ଘଟିଲା ।
ଏ ଘଟଣାରେ ବ୍ୟକ୍ତି, ଗୋଷ୍ଠୀ ଓ କର୍ତ୍ତୃପକ୍ଷଙ୍କ ଭୂମିକା, ବ୍ୟବହାର ଓ ଉତ୍ତରଦାୟିତ୍ବ କଣ ରହିଥିଲା । ଏ ଘଟଣା ସହିତ ଓ ଘଟଣା ପରବର୍ତ୍ତୀ ସମୟ ସହ ଜଡ଼ିତ ଅନ୍ୟ ପ୍ରସଙ୍ଗ ଉପରେ ଆବଶ୍ୟକ ପଡିଲେ ତଦନ୍ତ କରିବେ । ଭବିଷ୍ୟତରେ ମହିଳଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏପରି ଘଟଣା କିପରି ଏଡାଇ ହେବ ସେ ନେଇ ପ୍ରସ୍ତାବ ଦେବେ କମିଶନ। ତଦନ୍ତ କମିଶନଙ୍କ ମୁଖ୍ୟାଳୟ ଭୁବନେଶ୍ୱରରେ ରହିବ। ଆବଶ୍ୟକ ପଡିଲେ ଅନ୍ୟ ସ୍ଥାନକୁ ଯାଇ ତଦନ୍ତ କରିପାରିବେ କମିଶନ।
ଭରତପୁର ଥାନାରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଥିଲେ। ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ତଦନ୍ତ କମିଶନ ଗଠନ ହୋଇଛି । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି