ଆଜି ଭାରତ ବନ୍ଦ । ୬ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡାକରା । ଧର୍ମଘଟରେ ୧୦ଟି ଟ୍ରେଡ ୟୁନିୟନ ଓ ସହଯୋଗୀ ସଂଘ ସାମିଲ ହୋଇଛନ୍ତି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୨୫ କୋଟିରୁ ଅଧିକ ଶ୍ରମିକ, କର୍ମଚାରୀ ଏଥିରେ ଭାଗ ନେଇଛନ୍ତି । ବ୍ୟାଙ୍କିଂ, ବୀମା, ରାଜପଥ ନିର୍ମାଣ ଏବଂ କୋଇଲା ଖନନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ସାମିଲ ।
ଦେଶରେ ଶ୍ରମ ଆଇନକୁ ଦୁର୍ବଳ କରିବା ପାଇଁ ୟୁନିଅନର ଶକ୍ତିକୁ ହ୍ରାସ କରିବାକୁ ୪ଟି ଶ୍ରମକୋଡର ଦୁରୁପଯୋଗ କରାଯାଉଛି । ସରକାରଙ୍କ ନୀତି ଶ୍ରମିକ ଓ କୃଷକଙ୍କ ହିତରେ ନାହିଁ। ନିଯୁକ୍ତି ବନ୍ଦ ରହିଛି, ଦରମା ଓ ବିଭିନ୍ନ ସୁବିଧା ମିଳୁନାହିଁ । ଏହାର ପ୍ରତିବାଦରେ ଆଜି ଧର୍ମଘଟକୁ ଓହ୍ଲାଇଛନ୍ତି ବିଭିନ୍ନ ୧୦ ଟ୍ରେଡ ୟୁନିଅନ । ଏହାସହ ଅଧିକ ନିଯୁକ୍ତି ସୃଷ୍ଟି, ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ, ମନରେଗାରେ ମଜୁରୀ ବୃଦ୍ଧି ସହ ସହରାଞ୍ଚଳରେ ଏହାକୁ ଲାଗୁ କରାଯିବା ଭଳି ଦାବି ରଖିଛି ଟ୍ରେଡ ୟୁନିୟନ ।