ସଂଚାର ବ୍ୟୁରୋ: ନୟାଗଡ଼ ଭାପୁର ବ୍ଲକ ଅଧକ୍ଷ ପଦବୀ ପାଇଁ ଆଜି ହେବ ଉପ ନିର୍ବାଚନ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ କଡାକଡ଼ି କରାଯାଇଛି । ନିର୍ବାଚନ ପାଇଁ ବ୍ଲକ କାର୍ଯ୍ୟାଳୟର ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ନାମାଙ୍କନ ପତ୍ର ଦାଖଲ ସମୟ 10 ରୁ 11 ଟା ରହିଥିବା ବେଳେ, ଯାଞ୍ଚ 11ଟା ରୁ 11.30 ମଧ୍ୟରେ ରହିଛି। 12 ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ରହିଥିବା ବେଳେ,12.30 ରୁ 2 ଟା ମଧ୍ୟରେ ମତଦାନ ସାବ୍ୟସ୍ତ ସମୟ ନିର୍ଦ୍ଧାରିତ ହୋଇଛି । ଅପରାହ୍ନ 2 ଟା ପରେ ପ୍ରାର୍ଥୀଙ୍କ ବିଜୟ ଘୋଷଣା ହେବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନୋଟିସ୍ ପ୍ରକାଶ ପାଇଛି। ଅଧକ୍ଷ ପଦବୀଟି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ନାମାଙ୍କନ ପତ୍ର ଦାଖଲ ଠାରୁ ଆରମ୍ଭ କରି ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।