ସଂଚାର ବ୍ୟୁରୋ: ନୂଆପଡା ଉପନିର୍ବାଚନ ଫଳାଫଳକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରତିକ୍ରିୟା। କହିଲେ କଂଗ୍ରେସ ସହ କଂଗ୍ରେସ ଆତ୍ମଘାତୀ କାମ କରିଛି। ସଵୁ ଦଳରେ ବିଭୀଷଣ ଅଛନ୍ତି। ସେହିଭଳି କଂଗ୍ରେସ ଦଳରେ ବି ବିଭୀଷଣ ଅଛନ୍ତି। ଏହି ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପିସିସି ସଭାପତି ଭକ୍ତ ଦାସ ସ୍ପଷ୍ଟ କରିଛନ୍ତି। ଏହାସହ ପରାଜୟର ସମୀକ୍ଷା କରିବ କଂଗ୍ରେସ। ସରକାରୀ କଳ ବିଜେପି ପାଇଁ କାମ କରିଥିବା ଅଭିଯୋଗ କରିଛନ୍ତି। ବିଜେପିର ଅର୍ଥ ବଳ, ସରକାରୀ କଳ ଅପବ୍ୟବହାର ସହ ମାଳମାଳ ମନ୍ତ୍ରୀ ଓ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସତ୍ତ୍ବେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ରହିଥିବାରୁ ପିସିସି ସଭାପତି ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି.
