ସଂଚାର ବ୍ୟୁରୋ: ଜାତିଭିତ୍ତିକ ଜନଗଣନା ପାଇଁ ଦୀର୍ଘ ସମୟ ଧରି ରାହୁଲ ଗାନ୍ଧୀ ଲଢ଼େଇ କରିଛନ୍ତି l ଜାତି ଜନଗଣନାର ଆବଶ୍ୟକ କଣ ବୋଲି ସଂସଦରେ ମଧ୍ୟ ରାହୁଲ ଗାନ୍ଧୀ ଯୁକ୍ତି ବାଢ଼ିଥିଲେ । ଏନେଇ ବିଜେପିର ସାଂସଦମାନେ ରାହୁଲ ଗାନ୍ଧୀଙ୍କୁ ପରିହାସ କରିଥିଲେ l ଏବେ ୧୧ବର୍ଷ ପରେ କେନ୍ଦ୍ର ସରକାର ଯେଉଁ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ଵାଗତ ଯୋଗ୍ୟ l ହେଲେ ଏହା ଘୋଷଣାରେ ନରହୁ l ଭାରତ ଯୋଡ ଯାତ୍ରାରେ ତେଲେଙ୍ଗାନାରେ ରାହୁଲ ଗାନ୍ଧୀ ଯାତ୍ରା ସମୟରେ ଜାତିଭିତ୍ତିକ ଜନଗଣନା ଉପରେ ଲୋକମାନେ ଦାବି କରିଥିଲେ l କେତେ ସମୟ ସୀମା ମଧ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବ ତାହା ସ୍ଥିର କରାଯାଉ l ଯେଉଁମାନେ ଜାତିଭିତ୍ତିକ କଥାକୁ ମାନୁ ନଥିଲେ ସେମାନେ ଆଜି ଜାତିଭିତ୍ତିକ ଜନଗଣନା କରିବାକୁ ବାଧ୍ୟ ହୋଇଛନ୍ତି l ବିଜେପି ଉପରେ ଚାପ ପଡ଼ିବାରୁ ବିଜେପି ଏହା ଘୋଷଣା କଲା l ହେଲେ ମହିଳା ବିଲ ପରି ଏହାକୁ ବିଳମ୍ବ କରାନଯାଉ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ।