ସଂଚାର ବ୍ୟୁରୋ: ଭୁବନେଶ୍ୱର ପାତ୍ରପଡା ଭାଗବାନପୁର ଶିଳ୍ପାଞ୍ଚଳରେ ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଅଞ୍ଚଳରେ ଥିବା ଅଲଟ୍ରାଟେକ ସିମେଣ୍ଟ କମ୍ପାନୀରେ କାର୍ଯ୍ୟରତ କୋରାପୁଟ ଜିଲ୍ଲାର ଡ୍ରାଇଭର ସନ୍ତୋଷ ରାଉଳଙ୍କ ମୃତ୍ୟୁ ହୋଇଛି। ମୃତକ ସନ୍ତୋଷଙ୍କ ପୁଅଅନୀଲ ରାଉଳଙ୍କ ଅଭିଯୋଗ ଅନୁସାରେ ବାପାଙ୍କ ଦେହ ଖରାପ ଥିଲା। ହେଲେ କମ୍ପାନୀରୁ ବାରମ୍ବର କଲ ଆସିଥିଲା ଡ୍ୟୁଟି କରିବା ପାଇଁ। ଦେହ ଖରାପ ଥିବା ନେଇ ମନା କରିବା ସ୍ୱତେ କମ୍ପାନୀ କର୍ତ୍ତୃପକ୍ଷ ଡାକିଥିଲେ । ଫଳରେ ଗାଳି ଚାଳନା ସମୟରେ ହାର୍ଟ ସମସ୍ୟା ବାହାରିଥିଲା । ପରେ ଗାଡ଼ିରେ ହିଁ ସନ୍ତୋଷ ରାଉଳଙ୍କ ମୃତ୍ୟୁ ହୋଇଥିଲା। ଚିକିତ୍ସା ପାଇଁ କମ୍ପାନୀ କୌଣସି ସହଯୋଗ କରିନଥିଲା । ଖବର ପାଇବା ପରେ ଅଟୋରେ ଏମ୍ସ ନେଇ ଯାଇଥିଲେ ଡ୍ରାଇଭର ସଂଘ । ପରେ କ୍ଷତି ପୂରଣ ଦାବିରେ କମ୍ପାନି ଆଗରେ ଡ୍ରାଇଭର ସଂଘ ଧାରଣ ଦେବା ସହ ଉତ୍ତୋଜନା ଦେଖା ଦେଇଥିଲା। ମୃତଙ୍କ ପରିବାର ଲୋକ ଓ ଡ୍ରାଇଭର ସଂଘ ୫ ଲକ୍ଷ କ୍ଷତି ପୂରଣ ଦାବି କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଟମାଣ୍ଡୋ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ କରିଛି। ମୃତଙ୍କ ପରିବାର , ଡ୍ରାଇଭର ସଂଘ ଓ କମ୍ପାନୀ ମ୍ୟାନେଜରଙ୍କୁ ଡାକି ଥାନାଧିକାରୀ ସମାଧାନ ପାଇଁ ଆଲୋଚନା କରିଛନ୍ତି ।ସେପଟେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନ ମିଳିଲେ କମ୍ପାନୀ ଆଗରେ ଶବ ରଖି ଧାରଣା ଦେବାକୁ ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ।

