ସଂଚାର ବ୍ୟୁରୋ: ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟ ଯୋଗୁ ଭୃଣ ନଷ୍ଟ ଅଭିଯୋଗ । ଟାୟାର ଜାଳି ରାସ୍ତା ଅବରୋଧ କଲେ ପରିବାର ଲୋକେ। ଭଦ୍ରକ ଚାନ୍ଦବାଲି ବାସୁଦେବପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ପରିବାର ଲୋକ। ବାଇପାସ ଛକ ନିକଟରେ ଶିଶୁର ମୃତଦେହକୁ ରଖି ରାସ୍ତା ଅବରୋଧ କରାଯାଇଥିଲା। କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକ। ଅନ୍ୟପଟେ ମାଆ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ଭଦ୍ରକ ସହରର ଏକ ଘରୋଇ ଅଲଟ୍ରାସାଉଣ୍ଡ ସାମ୍ନାରେ ରାତି ସାରା ପରିବାର ଲୋକେ ଦେଇଥିଲେ ଧାରଣା। ତିହିଡି ଥାନା ଦୋଳସାହି ପଞ୍ଚାୟତ ରାଢଙ୍ଗ ଗାଁର ପ୍ରଫୁଲ ଗିରିଙ୍କ ୬ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।