ସଂଚାର ବ୍ୟୁରୋ: ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଲେ ଜିଲ୍ଲାପାଳ l ଧାନ କିଣାରେ ବ୍ୟାପକ କଟନି ଛଟନି ଚାଲିଥିବାର ସତ୍ୟତା ଜାଣିବା ପରେ ସମ୍ପୃକ୍ତ ସୋସାଇଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳl ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଭିତ୍ତିକରି ସମ୍ପୃକ୍ତ ସୋସାଇଟି ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଭଦ୍ରକ ଏଆରସିଏସ l ଦୁଇଦିନ ମଧ୍ୟରେ ଚିଠିର ଉତ୍ତର ସହିତ ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି l ଭଦ୍ରକ ଜିଲ୍ଲାରେ ପ୍ରଶାସନର ବାରମ୍ବାର ତାଗିଦ ସତ୍ୱେ ମଣ୍ଡିରେ ଚାଷୀଙ୍କୁ ଲୁଟୁଛନ୍ତି ଉଭୟ ମିଲର ଏବଂ ବିଭିନ୍ନ ସେବା ସମବାୟ ସମିତି l ଏଫଏକ୍ୟୁ ମାନର ଧାନ ସଂଗ୍ରହ ଆଳରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୮ ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟନି ଛଟଣି କରୁଛନ୍ତି l ଅଭିଯୋଗର ସତ୍ୟତା ଜାଣିବାକୁ ଶନିବାର ଅପରାହ୍ନରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଧାମନଗର କଟସାହି ସେବା ସମବାୟ ସମିତି ଦ୍ୱାରା ଖୋଲା ଯାଇଥିବା ମଣ୍ଡିରେ ପହଞ୍ଚିଥିଲେ ଯାଞ୍ଚ କରିଥିଲେ। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ମଣ୍ଡିରେ କଟନି ଛଟନି ଚାଲିଥିବା ସ୍ପଷ୍ଟ ହୋଇଛି।