ସଂଚାର ବ୍ୟୁରୋ: ମୁକୁଳା ଡ୍ରେନ ନେଲା ନାବାଳକର ଜୀବନ। ଏହି ଅଘଟଣ ଘଟିଛି ବ୍ରହ୍ମପୁର ବଡ଼ ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହିରେ। ୧୪ ନମ୍ବର ଗଳିରେ ଗତକାଲି ନାଳରେ ଭାସି ଯାଇଥିଲା ଏକ ନାବାଳକ। ପ୍ରବଳ ବର୍ଷା ପରେ ମୁକୁଳା ନାଳରେ ସେହି ପିଲାଟି ଭାସିଯାଇଥିଲା। ଦମକଳ ବାହିନୀ ଓ ସ୍ଥାନୀୟ ବାସିନ୍ଦା ବହୁ ଖୋଜାଖୋଜି କରିଥିଲେ। ପରେ ସେହି ପିଲାଟି ମିଳିଥିଲା। ତୁରନ୍ତ ମେଡିକାଲ ନିଆଯାଇଥିଲା। କିନ୍ତୁ ଏମକେସିଜିରେ ଡାକ୍ତର ସେହି ପିଲାକୁ ମୃତ ଘୋଷଣା କରିଛନ୍ତି। ସୂଚନା ଅନୁସାରେ ସେହି ପିଲାଟି ଟ୍ଯୁସନ ଯାଇଥିବା ବେଳେ ଭାସି ଯାଇଥିଲା। ପ୍ରବଳ ବର୍ଷା ପରେ ରାସ୍ତାରେ ପାଣିର ସୁଅ ଆସିବାରୁ ପିଲାଟି ଭାସି ଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।