ସୁନା ଚେନ ଝାମ୍ପୁଥିବା ଗ୍ୟାଙ୍ଗକୁ ଗିରଫ କଲା ବ୍ରହ୍ମପୁର ପୋଲିସ । ୬ ଜଣ ମହିଳାଙ୍କ ସମେତ ଜଣେ ପୁରୁଷକୁ ଗିରଫ କଲା ପୋଲିସ । ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ପର୍ବପର୍ବାଣୀରେ ଭିଡ଼ର ଫାଇଦା ଉଠାଇ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେଉଥିଲେ । ଏକ ଟ୍ରାଭେରା ଗାଡ଼ିରେ ଓଡ଼ିଶାର ବିଭିନ୍ନ ମନ୍ଦିରକୁ ବୁଲି ସୁନା ଚେନ ଝାମ୍ପି ନେଉଥିଲେ ମହିଳାମାନେ । ଗିରଫ ମହିଳାଙ୍କ ଠାରୁ ୫ଟି ସୁନା ଚେନ, ୨୫ ହଜାର ଟଙ୍କା ଓ ଏକ ଟ୍ରାଭେରା ଗାଡ଼ିକୁ ଜବତ କରିଛି ପୋଲିସ । ଗିରଫ ୬ ମହିଳାଙ୍କ ମଧ୍ୟରେ ଜଣେ ତାମିଲନାଡୁ, ତିନି କଟକ, ଦୁଇ ଭଦ୍ରକ ଓ ଅନ୍ୟ ଜଣେ ବାଲେଶ୍ଵରର ରହିଛନ୍ତି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ ସ୍ରବଣା ବିବେକ ଏମ ।