ସଂଚାର ବ୍ୟୁରୋ: ଗାଁକୁ ଆମ୍ବ ଖାଇବାକୁ ଆସି କୂଅରେ ଫସିଥିବା ଭାଲୁ ଛୁଆଟି ଉଦ୍ଧାର ହୋଇଛି। କେନ୍ଦୁଝର ଆନନ୍ଦପୁର ରାମଚନ୍ଦ୍ରପୁର ଥାନା ପୁରୁଣାବାନ୍ଧଗୋଡା ଗାଁର ଘଟଣା। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଭାଲୁ ଛୁଆଟିକୁ କୂଅ ଭିତରୁ ଉଦ୍ଧାର କରିଛି। ଗତକାଲି ରାତିରେ ଗାଁକୁ ଆମ୍ବ ଖାଇବାକୁ ଆଶି ରାତି ତମାମ ପରିତ୍ୟକ୍ତ କୂଅରେ ପଡ଼ିଥିଲା ଭାଲୁ ଛୁଆ। ଛୁଆକୁ ଜଗିରହିଥିଲା ମାଆ। ବାହାରେ ମାଆ ଭାଲୁର ଗର୍ଜନ ଶୁଣି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ମାଆ ଜଗିଥିବାରୁ ବନବିଭାଗକୁ ନାକେଦମ ହେବାକୁ ପଡିଥିଲା। ଶେଷରେ ଜାଲ ପକାଇ ଭାଲୁ ଛୁଆକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ ଉଦ୍ଧାରକାରୀ ଦଳ। ଊଦ୍ଧାର ପରେ ଉଭୟ ମାଆ ଓ ଛୁଆ ସ୍ଥାନୀୟ ବରାଙ୍ଗ ଜଙ୍ଗଲକୁ ଚାଲିଯାଇଥିବା ଦେଖିବାକୁ ମିଳିଛି।