ସଂଚାର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା। ଲୁଟ୍ କରିବାକୁ ଆସି ମହିଳାଙ୍କ ଇଜ୍ଜତ ଲୁଟିଲେ ଦୁର୍ବୃତ୍ତ। ମୈତ୍ରିବିହାର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା। ମହିଳା ଜଣକ ଘଟଣା ସଂପର୍କରେ ମୈତ୍ରିବିହାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦୁଇ ଜଣ ଲୁଟେରା ଲୁଟ୍ କରିବାକୁ ମହିଳାଙ୍କ ଘରେ ପଶିଥିଲେ। ସେତେବେଳେ ମହିଳା ଜଣକ ତାଙ୍କ ଛୋଟ ଝିଅ ସହିତ ଶୋଇଥିଲେ। ଘରେ ଆଉ କେହି ନଥିଲେ। ଏହାର ସୁଯୋଗ ନେଇ ଦୁଇ ଲୁଟେରା ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ଅନେକ ଆପାର୍ଟମେଣ୍ଟରେ ଚୋରି ହୋଇଛି। କିନ୍ତୁ ଏଭଳି ଏକ ଘଟଣା କମିଶନରେଟ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।