ସଂଚାର ବ୍ୟୁରୋ: ଏୟାରଫିଲଡ଼ ଡବଲ ମର୍ଡର ଘଟଣାରେ ବଡ଼ ଖୁଲାସା। ପୋଲିସ କବଜାରେ ଦୁଇ ଅଭିଯୁକ୍ତ। ନନ୍ଦିଘୋଷ ଟିଭି ହାତରେ ଲାଗିଛି exclusive ଭିଜୁଆଲ। ରାଜଧାନୀ ବାହାର ଏକ ସ୍ଥାନରୁ ଠାବ ହେଲା ଅଭିଯୁକ୍ତ ଚଲାଉଥିବା CBZ ଗାଡିର ଭିଜୁଆଲ। ଉଭୟ ଏକ ବସଷ୍ଟାଣ୍ଡରେ ଗାଡି ରଖିଥିବା ବେଳେ ସ୍ପେଶାଲ ସ୍କ୍ୱାଡ଼ ସହାୟତାରେ ଧରିଲା ଏୟାରଫିଲଡ଼ ଥାନା ପୋଲିସ। ଅଭିଯୁକ୍ତ ଧରାପଡିଥିବା ସ୍ଥାନର ଚିତ୍ର ଆସିଛି। ଗତକାଲି ଅଭିଯୁକ୍ତଙ୍କ ସିସିଟିଭି ଭିଡିଓ ଆସିଥିଲା। ଦୁଇ ଅଭିଯୁକ୍ତ ପ୍ରଦୀପ ଓ ଗଣେଶ ମଲ୍ଲିକ କିଭଳି ମର୍ଡର ପରେ ଫେରାର ହେଉଥିଲେ ତାର ଚିତ୍ର ସାମ୍ନାକୁ ଆସିଥିଲା। ଗତ ବୁଧବାର ରାତିରେ ଘଟିଥିଲା ଏ ହତ୍ଯାକାଣ୍ଡ। ପ୍ରାୟ ରାତି ୮ ଟା ୪୫ ମିନିଟ ସମୟରେ ଗାଡି ପାର୍କିଂ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତଙ୍କୁ କରାଯାଇଥିଲା ବୀଭତ୍ସ ହତ୍ୟା।