ସଂଚାର ବ୍ୟୁରୋ: ଭିଜିଲାନ୍ସ ଜାଲରେ ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ । ଏମଡି ଜାଭେଦଙ୍କ ବାପା ନାମରେ ଥିବା ଦୋକାନ ଘର ନାମ ପରିବର୍ତ୍ତନ ପାଇଁ ୧୦ ହଜାର ଟଙ୍କା ଲାଂଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ଗୋପାଳ । ବାରିପଦା ଟ୍ରାଫିକ ଛକ ନିକଟରେ ଅଭିଯୋଗକାରୀଙ୍କ ବାପାଙ୍କ ନାମରେ ଥିବା ଦୁଇ ଟି ଦୋକାନକୁ ଦୁଇ ଭାଇଙ୍କ ନାମକୁ ଟ୍ରାନ୍ସଫର କରିବାକୁ ବାରିପଦା ପୋରପରିଷଦରେ ଆବେଦନ କରିଥିଲେ । ଦୀର୍ଘ ବର୍ଷ ଦୋୖଡି ଦୋୖଡି ନୟାନ୍ତ ହୋଇପଡିଥିଲେ ଆବେଦନକାରୀ । ଶେଷରେ ୧୦ ହଜାର ଟଙ୍କା ଲାଂଚ ନେଲେ ଟ୍ରାନ୍ସଫର କରିବେ ବୋଲି କହିଥିଲେ ସଂପୃକ୍ତ କିରାଣି । ଆଜି ଏହି ୧୦ ହଜାର ଟଙ୍କା ଲାଂଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ କିରାଣି । ତାଙ୍କ ଅଫିସରେ ଏଵଂ ବାସଭବନରେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।