ଅଶୋକ କୁମାର ଗେଡିଙ୍କ ଘର ବାହୁଡ଼ା। ବିଜେପି ଛାଡ଼ି ପୁଣି ବିଜେଡିରେ ମିଶିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି। ବିଜେଡିରେ ମିଶିବା ପରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି କହିଛନ୍ତି, ବରୀର ବିକାଶ ପାଇଁ ବିଜେପିକୁ ଯାଇଥିଲି। ୧୧ ଦିନ ଭିତରେ ବିକାଶର ବାସ୍ତବତା କୌଣସି ଅନୁଭବ କରିପାରିଲି ନାହିଁ। କେବଳ ଫମ୍ପା ଆବାଜ ଏବଂ ମିଛ ପ୍ରତିଶ୍ରୁତି। ତେଣୁ ମୁଁ ପୁଣି ଥରେ ମୋ ଦଳକୁ ଫେରିଲି ବୋଲି କହିଛନ୍ତି। ଅଶୋକ କୁମାରଙ୍କ ମିଶିବା ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ଶାସକ ଦଳ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ବରି ବ୍ଲକର ଅଧ୍ୟକ୍ଷ ଅଶୋକ ଗେଡିଙ୍କୁ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ପ୍ରଲୋଭନ ଦେଖାଇ, ବିଭିନ୍ନ ପ୍ରକାର ଧମକ ଦେଇ ବିଜେପିରେ ମିଶାଇ ବାହାବା ନେବାକୁ ଚେଷ୍ଟା କରିଥିଲେ। ସେକଥା ଆଜି ଫସର ଫାଟି ଯାଇଛି। ବିଜେପି କ୍ଷମତା ଦୁରୁପଯୋଗ କରୁଛି। ତାଙ୍କ କର୍ମୀ, ବିଧାୟକ, ସାଂସଦ ସମସ୍ତଙ୍କୁ ଧମକାଇବା, ପ୍ରଲୋଭନ ଦେଖାଇଥିଲେ। ବରୀ ନିର୍ବାଚନ ମଣ୍ଡଳୀ ବରୀ ବ୍ଲକର ଅଧ୍ୟକ୍ଷ ଯିଏ ବିଜେପିକୁ ଯାଇଥିଲେ ତାଙ୍କୁ ଧମକ ଦିଆଯାଇଥିଲା। ବ୍ଲକ ବିକାଶ କଥା ଚିନ୍ତା ନ କରି ବିଜେପି କର୍ମୀ କିଭଳି ଫାଇଦା ପାଇବେ ସେ ନେଇ ଯୋଜନା କରିଥିଲେ। ଅଶୋକ ଏହି ସୂଚନା ପାଇବା ପରେ ସେ ପୁଣି ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରି ଦଳକୁ ଫେରିଛନ୍ତି। ଯାଜପୁର ଜିଲ୍ଲାରେ ଦଳ ଯେଭଳି ସୁସଂଗଠିତ ହୋଇଥିଲା। ସେମିତି ସୁସଂଗଠିତ ହୋଇ ରହିଛି। ଭବିଷ୍ୟତରେ ଯାଜପୁର ଜିଲ୍ଲାରେ ଦଳ ଆହୁରି ସୁଦୃଢ ହେବ। ନବୀନ ପଟ୍ଟନାୟକଙ୍କ ଯାଜପୁର ଜିଲ୍ଲାବାସୀଙ୍କ ଯେଉଁ ଭଳି ଭରସା ଅଛି। ଭବିଷ୍ୟତରେ ମଧ୍ୟ ସେଇ ଭଳି ଭରସା ରହିବା। ବିଜେଡିରେ ମିଶି ଅଶୋକ ଗେଡି ଏକଥା ପୁଣି ପ୍ରମାଣ କରିଛନ୍ତି ।