ଟ୍ରାନ୍ସଫର୍ମରକୁ ବି ଛାଡ଼ିଲେନି ଚୋର। ରାତିଅଧରେ ନେଇଗଲେ ଟ୍ରାନ୍ସଫର୍ମର। ବରଗଡ଼ ଜିଲ୍ଲା ବରାହଗୋଡାରୁ ଟ୍ରାନ୍ସଫର୍ମର ଚୋରି ନେଇ ଅଭିଯୋଗ ହୋଇଛି। ଚୋର ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଗତରାତିରେ ବରାହଗୋଡାରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ଦୁର୍ବୁତ୍ତ ଆସି ଟ୍ରାନ୍ସଫର୍ମର ଭାଙ୍ଗିବା ସହ ଭିତରେ ଥିବା ତମ୍ବା ଓ ଅନ୍ୟ ସାମଗ୍ରୀ ଚୋରି କରି ଫେରାର ମାରିଛନ୍ତି । ତେବେ ମାତ୍ର ଅଳ୍ପ ଦୂରରେ ଗ୍ରାମାଞ୍ଚଳ ଥାନା ରହିଥିବା ବେଳେ ପୋଲିସକୁ ମଧ୍ୟ ଖାତିର କରୁନାହାନ୍ତି ଚୋର । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଚୋରି ହୋଇଥିବା ବେଳେ ଥାନା ନିକଟରୁ ଏଭଳି ଚୋରୀକୁ ନେଇ ଅସନ୍ତୋଷ ପ୍ରକାଶ ସହ ଯାଥାଶୀଘ୍ର ବିଦ୍ୟୁତ ସଂଯୋଗ ପାଇଁ ପ୍ରଶାସନକୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ।