ସଂଚାର ବ୍ୟୁରୋ: ଚୋରା କଫ ସିରପ ଚାଲାଣରେ ସମ୍ପୃକ୍ତ ଆନ୍ତଃରାଜ୍ୟ ଓ ଆନ୍ତଃଜିଲ୍ଲା ଗ୍ୟାଙ୍ଗକୁ କାବୁ କଲା ବରଗଡ଼ ପୋଲିସ । ପ୍ରଥମେ ବରଗଡ଼ ଟାଉନ ଥାନା ଅଞ୍ଚଳରେ ଛତିଶଗଡ଼ର ୩ ଜଣ ଅଭିଯୁକ୍ତକୁ ଧରି ପଚରାଉଚୁରା କରିବା ପରେ ଅନ୍ୟ ଅଭିଯୁକ୍ତ ଧରିବାରେ ସଫଳ ହୋଇଛି ପୋଲିସ । ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ପକ୍ଷରୁ ୭ଟି ଟିମ୍ ଗଠନ କରଯାଇଥିଲା । ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ୧୫ଶହ ବୋତଲ କଫ୍ ସିରପ, ୫ଟି ଦେଶୀ ବନ୍ଧୁକ ସହ ମେଗାଜିନ, ୨୦ଟି ଗୁଳି, ୧୬ଟି ମୋବାଇଲ, ୩ଟି ଖାଲି କାରଟିଜ୍, ୫ ଟି ଗାଡ଼ି ସହ ୫୭ ହଜାର ଦୁଇଶହ ଟଙ୍କା ଜବତ କରାଯାଇଛି ।

