ସଂଚାର ବ୍ୟୁରୋ: ବରଗଡ଼ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ଲୁଟେରାକୁ କାବୁ କଲେ ଲୋକେ । ବରଗଡ଼ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା କାଉଣ୍ଟରରୁ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଫେରାର ମାରୁଥିଲା ଦୁର୍ବୃତ୍ତ । ଦୁର୍ବୃତ୍ତ ଜଣକୁ ସ୍ଥାନୀୟ ଲୋକେ କାବୁ କରିବା ପରେ ପୋଲିସର ଜିମା ଦେଇଛନ୍ତି । ତେବେ ଦୁର୍ବୃତ୍ତ ଏକା ଥିଲା ନା ତା ସହ ଆଉ କିଏ ଏହି ଲୁଟରେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।