ସଂଚାର ବ୍ୟୁରୋ: ପୁଣି ପାକିସ୍ତାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବାଂଲାଦେଶରେ ହିଂସା ପଛରେ ରହିଛି କି ପାକିସ୍ତାନର ହାତ । ବାଂଲାଦେଶରେ ସରକାରଙ୍କୁ ହଟାଇବା ନେଇ ଗୁପ୍ତଚର ବିଭାଗର ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଏହା ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ରହିଛି ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ବାଂଲାଦେଶ ପରିସ୍ଥିତି ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ହାତ ଅଛି ବୋଲି ଗୁପ୍ତଚର ରିପୋର୍ଟରେ ଏହା ସାମ୍ନାକୁ ଆସିଛି।
ପାକିସ୍ତାନ ହିଂସା ସୃଷ୍ଟି କରିବା ପାଇଁ ଛାତ୍ର ଶିବିର ନାମକ ଏକ ସଂଗଠନ ବ୍ୟବହାର କରିଛି। ଏହି ଛାତ୍ର ଶିବିର ସଂଗଠନ ବାଂଲାଦେଶରେ ନିଷିଦ୍ଧ ଜମାତ-ଇ-ଇସଲାମିର ଏକ ଅଂଶ। ଏଥି ସହିତ ଜମାତ-ଇ-ଇସଲାମିରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ସମର୍ଥନ ରହିଛି। ନିକଟରେ ଏହା ମଧ୍ୟ ଜଣାଯାଇଛି ଯେ ଶେଖ ହସିନା ଜମାତ-ଇ-ଇସଲାମି, ଛାତ୍ର ସଂଗଠନ ଏବଂ ଅନ୍ୟାନ୍ୟ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ବିରୋଧ କରି ସେମାନେ ସରକାରଙ୍କ ବିରୋଧରେ ରାସ୍ତାରେ ହଙ୍ଗମା ସୃଷ୍ଟି କରିବା ଆରମ୍ଭ କରିଥିଲେ।