ସଂଚାର ବ୍ୟୁରୋ: ବାଂଲାଦେଶରେ ପୁଣି ହିଂସାକାଣ୍ଡ। ବାଂଲାଦେଶର ନ୍ଯାସନାଲ ସିଟିଜେନ୍ସ ପାର୍ଟି ନେତାଙ୍କୁ ଗୁଳିମାଡ଼। ଖୁଲନା ଅନ୍ତର୍ଗତ ସୋନାଦଙ୍ଗାରେ ମହମ୍ମଦ ମୋତାଲେବ ସିକଦରଙ୍କ ମୁଣ୍ଡକୁ କରାଯାଇଛି ଗୁଳିମାଡ଼। ଶରିଫ ଉସମାନ ହାଦିଙ୍କ ପରେ ସିଟିଜେନ୍ସ ପାର୍ଟି ନେତାଙ୍କ ଉପରକୁ ଗୁଳିମାଡ଼ କରାଯାଇଛି। ୪୨ ବର୍ଷ ବୟସ୍କ ସିକଦର ଏନସିପିର ଜଣେ ଶ୍ରମିକ ନେତା ଥିଲେ। ନ୍ଯାସନାଲ ସିଟିଜେନ୍ସ ପାର୍ଟିର ଜାତୀୟ ଶ୍ରମିକ ଶକ୍ତି ଶାଖାର ନେତା ଥିଲେ ସିକଦର। ଖୁଲନାରେ ଶ୍ରମିକଙ୍କ ରାଲି ଲାଗି ପ୍ରସ୍ତୁତି ଚାଲିଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

