ସଂଚାର ବ୍ୟୁରୋ: ଆମେରିକା ନ୍ୟୁୟର୍କରେ ବାଂଲାଦେଶ ବିରୋଧରେ ପ୍ରତିବାଦ। ଜାତିସଂଘର ୮୦ ତମ ସାଧାରଣ ପରିଷଦ ବୈଠକର ଚତୁର୍ଥ ଦିନରେ ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମର୍ଥକ ବିରୋଧ କରିଥିଲେ। ପ୍ରଦର୍ଶନକାରୀମାନେ ୟୁନୁସଙ୍କ ବିରୋଧରେ ସ୍ଲୋଗାନ ଦେଇ ୟୁନୁସ ପାକିସ୍ତାନୀ ବୋଲି ନାରାବାଜି କରିଥିଲେ। ପାକିସ୍ତାନ ଫେରିଯାଅ ୟୁନୁସ କହି ତୀବ୍ର ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ। ଗତବର୍ଷ ଜେନେରାଲ ଜେ଼ଡଙ୍କ ନେତୃତ୍ଵରେ ବାଂଲାଦେଶରେ ଜନ ଆନ୍ଦୋଳନରେ ୧୫ ବର୍ଷର ଶେଖ ହସିନା ସରକାରଙ୍କ ପତନ ଘଟିଥିଲା। ଏହାପରେ ଦାୟିତ୍ଵ ଗ୍ରହଣ କରିଥିଲେ ମହମ୍ମଦ ୟୁନୁସ। ଏହି ଅବସରରେ ଜାତିସଂଘରେ ଦ୍ଵିତୀୟଥର ଲାଗି ଅଭିଭାଷଣ ରଖିବାକୁ ଯାଇଥିଲେ ମହମ୍ମଦ ୟୁନୁସ। ଏହି ସମୟରେ ବାଂଲାଦେଶର କାମଚଳା ପ୍ରଧାନମନ୍ତ୍ରୀ ୟୁନୁସଙ୍କୁ ବିରୋଧର ସାମନା କରିବାକୁ ପଡିଥିଲା। ଶେଖ ହସିନାଙ୍କ ସମର୍ଥକମାନେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣକୁ ନେଇ ବିରୋଧ କରିଥିଲେ ଆନ୍ଦୋଳନକାରୀ। ୟୁନୁସ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଶରଣ ଦେବାକୁ ନେଇ ଦାୟୀ କରିଛି ଭାରତ। ଏହା ଦ୍ଵିପାକ୍ଷିକ ସମ୍ପର୍କକୁ ଆହୁରି ଖରାପ କରିଛି ବୋଲି କହିଛନ୍ତି ୟୁନୁସଙ୍କ ସମର୍ଥକ। ଆସନ୍ତା ବର୍ଷ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଅଛି। ଏହା ପୂର୍ବରୁ ୟୁନୁସଙ୍କୁ ବିରୋଧର ସାମନା କରିବାକୁ ପଡିଛି।