ସଂଚାର ବ୍ୟୁରୋ: ଟାର୍ଗେଟରେ ହିନ୍ଦୁ ! ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଛି ଆକ୍ରମଣ । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖିଲେ ଆପଣଙ୍କ ଲୋମ ଟାଙ୍ଗୁରି ଉଠିବ । ହିଂସା ଏବଂ ଅଗ୍ନିକାଣ୍ଡ ମଧ୍ୟରେ ଦୁଷ୍କର୍ମକାରୀମାନେ ବର୍ତ୍ତମାନ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି । ଏହି ଆନ୍ଦୋଳନରେ ସାମିଲ୍ ହୋଇଥିବା ହିନ୍ଦୁ ଝିଅଙ୍କୁ ବି ଟାର୍ଗେଟ କରୁଛନ୍ତି । ଘରଗୁଡ଼ିକରେ ନିଆଁ ଲାଗିଯାଇଛି। ଦୋକାନରୁ ଲୁଟ୍ ହେଉଛି । ୨୭ ଟି ଜିଲ୍ଲାରେ ହିନ୍ଦୁମାନଙ୍କ ଘର ଏବଂ ଦୋକାନକୁ ଟାର୍ଗେଟ କରାଯାଇଛି। ଲୋକମାନେ କହିଛନ୍ତି ଯେ ସାମ୍ପ୍ରଦାୟିକ ଆକ୍ରମଣ ହୋଇ ନ ଥିବା କୌଣସି ଅଞ୍ଚଳ କିମ୍ବା ଜିଲ୍ଲା ବାକି ନାହିଁ । ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଷୟରେ ଦେଶର ବିଭିନ୍ନ ସ୍ଥାନରୁ ନିରନ୍ତର ରିପୋର୍ଟ ଆସୁଛି ।
ବାଂଲାଦେଶରେ ହିଂସା ଜାରି ରହିଛି। ପ୍ରବଳ ଅଗ୍ନିକାଣ୍ଡ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିବା ପରେ ମଧ୍ୟ ବିକ୍ଷୋଭକାରୀମାନେ ସ୍ଥିତି ଅସମ୍ଭାଳ କରିଛନ୍ତି । ଏଥି ସହିତ ପରିସ୍ଥିତି ଏତେ ଖରାପ ହୋଇଛି ଯେ ଦେଶରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି

