ସଂଚାର ବ୍ୟୁରୋ: ମୁମ୍ଵାଇର ବାନ୍ଦ୍ରା ଷ୍ଟେସନରେ ଦଳାଚକଟା । ଷ୍ଟେସନରେ ପ୍ରବଳ ଭିଡ଼ ହୋଇ ଏପରି ପରିସ୍ଥିତି ଉପୁଜିଛି। ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଭାବା ହସପିଟାଲରେ ଭର୍ତ୍ତି କରାଯାଇଛି। ବିଏମପି ପକ୍ଷରୁ କୁହାଯାଇଛି ଯେ, ଦୀପାବଳି ଛୁଟି ଓ ଛଟ୍ ପୂଜା ପାଇଁ ବହୁ ଲୋକ ଘରକୁ ଯାଉଛନ୍ତି। ସେଥିପାଇଁ ଷ୍ଟେସନରେ ଭିଡ଼ ହୋଇଥିଲା। ଉତ୍ତର ପ୍ରଦେଶ ଗୋରଖପୁରକୁ ଯାଉଥିବା ଟ୍ରେନରେ ବସିବାକୁ ପ୍ରବଳ ଭିଡ଼ ହୋଇଥିଲା। ଏହି କାରଣରୁ ଦଳାଚକଟା ହୋଇଛି। ଜେନେରାଲ ବଗିରେ ବସିବାକୁ ଲୋକଙ୍କ ମଧ୍ୟରେ ହୋଇଥିଲା ଧାଁ ଦଉଡ଼ । ରାତି ୩ଟାରେ ଏହି ଘଟଣା ଘଟିଛି। ଅତ୍ୟଧିକ ଲୋକଙ୍କ ଭିଡ଼ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଗୋରଖପୁର ଏକ୍ସପ୍ରେସ୍ ଟ୍ରେନ ଅଣସଂରକ୍ଷିତ। ଏଥିରେ ୨୨ଟି ବଗି ରହିଛି। ଏଥିରେ ଯିବାକୁ ହଜାରେରୁ ଅଧିକ ଲୋକ ଆସିଥିଲା। ଟ୍ରେନ୍ ଚାଲିଥିବା ଅବସ୍ଥାରେ କିଛି ଲୋକ ଚଢିବାକୁ ଚେଷ୍ଟା କରିବାରୁ ହୋଇଥିଲା ସମସ୍ୟା।