ସଂଚାର ବ୍ୟୁରୋ: ସଡ଼କ ଦୁର୍ଘଟଣାରେ ଦୁଇ ମୃତ । ମୃତକ ଦୁଇଜଣ ତାଳଚେର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ରାଜେଶ୍ ବେହେରା । ବଲ୍ହର ଛକ ଠାରୁ ବଅଁରପାଳ ଛକ ମଝିରେ ଥିବା ଜିଓ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ଦୁର୍ଘଟଣା । କୌଣସି କାମରେ ଘରୁ ବାହାରି ସ୍କୁଟି ଯୋଗେ ବଅଁରପାଳ ଅଞ୍ଚଳକୁ ଯାଉଥିବା ବେଳେ ଏକ ଟ୍ରାଭେଲର ଗାଡ଼ି ସହିତ ସ୍କୁଟି ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜେଶ୍ ମେଡିକାଲ ଯିବା ବାଟରେ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ବଅଁରପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।.