ସଂଚାର ବ୍ୟୁରୋ: ଚୋରା ମଦ ବିକ୍ରିକୁ ନେଇ ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ କଇଁଥଗଡ଼ିଆ ପଞ୍ଚାୟତ ଗୋଠସାହି ଗାଁରେ ତାତିଲେ ମହିଳା । ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଘରେ ପଶି ଗଛିତ ଥିବା ଦେଶୀ ମଦକୁ ଜବତ କରି ରାସ୍ତାରେ ଢାଲିବା ସହିତ ସେଥିରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି l ଏଥିରେ ଗୋଠସାହି ଗାଁର ଶତାଧିକ ମହିଳା ସାମିଲ ହୋଇଥିଲେ । ଗାଁରେ ବେଆଇନ ମଦ କାରବାର ବନ୍ଦ କରିବାକୁ ଥାନା ଓ ଅବକାରୀ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନହେଲେ ଆଗାମୀ ଦିନରେ ମହିଳାମାନେ ଆନ୍ଦୋଳନ କରିବା ସହିତ ଅବକାରୀ କାର୍ଯ୍ୟଳୟକୁ ଘେରାଉ କରିବାରୁ ଚେତାବନୀ ଦେଇଛନ୍ତି l.