ସଂଚାର ବ୍ୟୁରୋ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଚାଷୀଙ୍କ ଜୀବନ। ବାଲିପାଟଣା ଥାନା ଅନ୍ତର୍ଗତ ବାରିଲୋ ଗାଁରେ ଅଭାବନୀୟ ଘଟଣା। ମୃତକ ହେଲେ ବାରିଲୋ ଗାଁର ବିଜୟ ଜେନା। ସକାଳୁ କୋବି ତୋଳିବାକୁ ଯାଉଥିବା ବେଳେ ଘଟିଥିଲା ଅଘଟଣ। ସକାଳ ୯ ଟା ସମୟରେ କୋବି କିଣିବାକୁ ଦୁଇ ବ୍ୟକ୍ତି ତାଙ୍କ ବିଲକୁ ଯାଇ ତାଙ୍କୁ ଦେଖି ନପାରି ଡାକିଥିଲେ।କିନ୍ତୁ କୌଣସି ଉତ୍ତର ନ ପାଇ ତାଙ୍କ ପୁଅକୁ ଘରୁ ଡାକି ସେହି ବିଲକୁ ଯାଇଥିଲୋ। ପୁଅ ବିଲକୁ ଯାଇ ଦେଖିଲାବେଳକୁ ବିଲରେ ନିସ୍ତେଜ ହେଇ ପଡିରହିଛନ୍ତି ବିଜୟ। ତୁରନ୍ତ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୋ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ ।

