ସଂଚାର ବ୍ୟୁରୋ: ଦୁର୍ଘଟଣାରେ ଚାଲିଗଲା ଜୀବନ । ବାଲିପାଟଣା ଥାନା ଅନ୍ତର୍ଗତ ବାଲିପାଟଣା-ନିମାପଡା ରାସ୍ତା ଆଇତଳଙ୍ଗ ଗ୍ରାମ ରାଜସ୍ଵ ନିରିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସ୍କୁଟର ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ କୋଣାର୍କ ଥାନା ସୁତନ ଗ୍ରାମର ଦୈତାରୀ ଓଝା । ଦୈତାରୀ ତାଙ୍କ ସମ୍ପର୍କିୟ ପୁତୁରାଙ୍କ ସହ କୌଣସି କାର୍ଯ୍ୟରେ ସ୍କୁଟର ଯୋଗେ ଭୁବନେଶ୍ଵର ଯାଉଥିଲେ । ଆଇତଳଙ୍ଗ ରାଜସ୍ଵ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଏକ ହାଇୱା ଟ୍ରକ୍ କୁ ଓଭରଟେକ କରିବା ବେଳେ ସ୍କୁଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ବୈତାରୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସମ୍ପର୍କିୟ ପୁତୁରା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ବାଲିପାଟଣା ପୋଲିସ ପହଁଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି ।