ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ । ୨୬ ସେପ୍ଟେମ୍ବରରୁ ୦୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପାଇଁ ଆବେଦନ । ଜଣେ ବ୍ୟକ୍ତି ଓ ଅନୁଷ୍ଠାନ ୩ ଟି ଲେଖାଁଏ ପ୍ଲଟ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ୧୦୦ ଟଙ୍କା ଦେଇ ଫର୍ମ ନେଇ କରିପାରିବେ ଏହି ଆବେଦନ । cuttack.odisha.gov.in ୱେବସାଇଟରେ ଅଧିକ ବିବରଣୀ ପାଇପାରିବେ । ଖାଦ୍ୟ ପାଇଁ ଅଲଗା ଓ ଅନ୍ୟାନ୍ୟ ପାଇଁ ଅଲଗା ଅଲଗା ଆବେଦନ କରି ପାରିବେ ବ୍ୟକ୍ତି ଓ ଅନୁଷ୍ଠାନ । ଚଳିତ ବର୍ଷ ପ୍ଲଟ ପଞ୍ଜିକରଣ ୫ ହଜାର ଟଙ୍କା ରଖାଯାଇଛି ।
ସେପଟେ କେବଳ ତଳ ପଡ଼ିଆରେ କଟକ ବାଲିଯାତ୍ରା ହେବ କହିଲେ ଏଡିଏମ୍ । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବନି । ବାଲିଯାତ୍ରା ସମ୍ପର୍କିତ ପ୍ରେସ୍ମିଟ୍ରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରିଛନ୍ତି ଏଡିଏମ୍ ।
ସେପଟେ କଟକ ଉପର ବାଲିଯାତ୍ରା ପଡିଆରେ ଜିଲ୍ଲା ପ୍ରଶାସନର ବାଲିଯାତ୍ରା ନ କରିବା ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଛି । ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ଜୋର ଧରିଛି ଦାବି । କେବଳ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଉଭୟ ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଦାବି କରିଛନ୍ତି । କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ କଟକ ଜିଲ୍ଲା ବିଜେପି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଚିଠି ଲେଖି ଉପର ପଡିଆରେ ଆୟୋଜନ କରିବା ପାଇଁ ନିବେଦନ କରିଥିଲେ ।
ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ହେବନି ବୋଲି କେବଳ ତଳ ପଡ଼ିଆରେ ଚଳିତ ବର୍ଷର ବାଲିଯାତ୍ରା ହେବ ବୋଲି କୁହାଯାଇଥିଲା । ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବା ନେଇ ସୂଚନା ଦିଆଯାଇଥିଲା । ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ
ବାଲିଯାତ୍ରା କଟକ ୨୦୨୫ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । ନଭେମ୍ୱର ୫ରୁ ୧୨ ପର୍ଯ୍ୟନ୍ତ ହେବ ଚଳିତ ବର୍ଷର ବାଲିଯାତ୍ରା । ଏଥର ବାଲିଯାତ୍ରା ନାଁ ହେବ ଐତିହାସିକ ବାଲିଯାତ୍ରା କଟକ 2025 ।
୨୦ କି ୫୦ ବର୍ଷ ନୁହେଁ ବରଂ ୨ ହଜାର ବର୍ଷ ପୂର୍ବେ ବାରବାଟୀ ଦୂର୍ଗ ସମ୍ମୁଖ ଉପର ପଡ଼ିଆରେ ହୋଇ ଆସୁଛି କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାର ମୁକସାଖି କହିଲେ ଉପର ପଡ଼ିଆକୁ ବୁଝାଯାଏ। ଯାହା କି କିଲ୍ଳା ପଡ଼ିଆ ନାଁରେ ବେଶ୍ ପରିଚିତ। ଏହି ପଡ଼ିଆରୁ ହିଁ ସାଧବ ପୁଅମାନେ ବାଣିଜ୍ୟ କରିବା ପାଇଁ ସାତ ଦରିଆ ପାର ହୋଇ ଇଣ୍ଡୋନେସିଆ ଯାଉଥିଲେ। ଯାହାର ଇତିହାସ ପାଖାପାଖି ୨ ହଜାର ବର୍ଷରୁ ଉର୍ଦ୍ଧ୍ବ ହେବ।