ସଂଚାର ବ୍ୟୁରୋ: ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ଜାମିନ୍ ।ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ମିଳିଲା ବେଲ୍ । ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲାରେ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମାମଲାରେ ଜାମିନ ପାଇଥିଲେ କେଜ୍ରିୱାଲ । ୧୫୬ ଦିନ ପରେ ସେ ଜେଲରୁ ବାହାରିଛନ୍ତି।