ସଂଚାର ବ୍ୟୁରୋ: ଭୁବନେଶ୍ଵର ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ କୁନି ଜଗନ୍ନାଥଙ୍କ ପାଦରେ ତୁଳସୀ ରଖିବା ଘଟଣା। ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ ଘର ଠାବ ହୋଇଛି। ଏହି ଘରେ ବିଦେଶୀ ଭକ୍ତ ରହୁଥିବା ଖବର ମିଳିଛି। ଆଖ ପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ଥିଲା। କିନ୍ତୁ ବାହାରୁ ଆସୁଥିବା ବିଦେଶୀ ଭକ୍ତଙ୍କ ରହିବା ପାଇଁ ଏହି ଘରେ କରାଯାଇଥିଲା ସ୍ଵତନ୍ତ୍ର ବ୍ୟବସ୍ଥା। ନାବାଳକକୁ ଜଗନ୍ନାଥ କହି କଲକୀ ଅବତାର ରୂପ ଦେଇ ନିରୀହ ଲୋକଙ୍କ ଭାବନା ସହିତ ଖେଳା ଯାଉଥିଲା ଖେଳ। ସେପଟେ ଆତ୍ମ ଘୋଷିତ ଭଗବାନ କୁଆଡେ ଗାୟବ ହୋଇଯାଇଥିବା ଜଣାପଡ଼ିଛି।