ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଅଜଣା ବ୍ୟାଗ୍ । ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ଆସିଛି ସିଆଇଏସଏଫର କେ-9 ସ୍କ୍ୱାଡ୍ । ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ ଏବେଯାଏଁ କୌଣସିସ ସୂଚନା ମିଳିନାହିଁ । ବିମାନ କର୍ତ୍ତୃପକ୍ଷଙ୍କ ତନାଘନା ଚଳାଇଛନ୍ତି । ଏହାପରେ ସମସ୍ତ ସିସିଟିଭି ଯାଞ୍ଚ କରାଯିବାର ସୂଚନା ରହିଛି ।
ସୂଚନା ଅନୁସାରେ କିଛି ସମୟ ପୂର୍ବରୁ ଖଲିସ୍ତାନୀ ନେତାଙ୍କର ଧମକପୂର୍ଣ୍ଣ ଅଡିଓ ଭାଇରାଲ ହୋଇଥିଲା । ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଥିଲା । ଇ-ମେଲରେ ପଠାଇଥଇବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି । ଏଥିସହ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଇ-ମେଲ୍ ଅଡିଓ ମେସେଜରେ ଉଲ୍ଲେଖ ରହିଛି। ଆଜି ସକାଳ ୯ ଟା ୪ମିନିଟ୍ ଏହି ସମୟରେ ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା । ଏନେଇ ଅକ୍ଷୟ କମିଶନରେଟ୍ ପୋଲିସକୁ ଅବଗତ କରାଇଥିଲେ ଓ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।