Monday, September 14, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଖୋଲିଲା ବାବା ବଦ୍ରିନାଥଙ୍କ କପାଟ

Sanchar Live by Sanchar Live
April 23, 2026
in ଭାରତ
0
ଖୋଲିଲା ବାବା ବଦ୍ରିନାଥଙ୍କ କପାଟ
0
SHARES
10
VIEWS
FacebookTwitter

ବାବା କେଦାରନାଥଙ୍କ କପାଟ ଖୋଲିବା ପରେ ବାବା ବଦ୍ରିନାଥଙ୍କ କପାଟ ଖୋଲିଛି । ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଗୁରୁବାର ସକାଳ ୬ଟା ୧୫ ମିନିଟରେ ଭଗବାନ ବଦ୍ରି ବିଶାଳଙ୍କ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଦିଆଯାଇଛି । ମନ୍ଦିରର ଦ୍ୱାର ଖୋଲିବା ଅବସରରେ ଭଗବାନଙ୍କ ଦରବାରକୁ କୁଇଣ୍ଟାଲ କୁଇଣ୍ଟାଲ ଫୁଲରେ ସଜାଯାଇଥିଲା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କପାଟ ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ମହାଭିଷେକ ପୂଜା ସଂପନ୍ନ କରି ଦେଶ ଏବଂ ରାଜ୍ୟର ସୁଖ ସମୃଦ୍ଧି କାମନା କରିଛନ୍ତି ।

ଧାର୍ମିକ ବିଧି ଅନୁଯାୟୀ, କବାଟ ଖୋଲିବା ମାତ୍ରେ ସର୍ବପ୍ରଥମେ ମାତା ଲକ୍ଷ୍ମୀଙ୍କୁ ତାଙ୍କ ମନ୍ଦିରରେ ବିରାଜମାନ କରାଯାଇଥିଲା । ଏହା ସହିତ ଦକ୍ଷିଣ ଦ୍ୱାର ଦେଇ ଭଗବାନ କୁବେର ଏବଂ ଉଦ୍ଧବ ଜୀଙ୍କ ମୂର୍ତ୍ତିକୁ ମନ୍ଦିର ପରିସର ମଧ୍ୟକୁ ଅଣାଯାଇଥିଲା । ବର୍ତ୍ତମାନ ଉଦ୍ଧବ ଓ କୁବେର ଜୀ ଗର୍ଭଗୃହରେ ଅବସ୍ଥାପିତ ହୋଇଥିବାବେଳେ ମାତା ଲକ୍ଷ୍ମୀ ନିଜର ସ୍ୱତନ୍ତ୍ର ମନ୍ଦିରରେ ବିରାଜିତ ହୋଇଛନ୍ତି ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, “ଆଜି ସମ୍ପୂର୍ଣ୍ଣ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ପବିତ୍ର ବଦ୍ରିନାଥ ଧାମ ଭକ୍ତଙ୍କ ପାଇଁ ଖୋଲାଯାଇଛି । ଭଗବାନ ବଦ୍ରିନାଥଙ୍କ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ । ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଆଧ୍ୟାତ୍ମିକ ଶକ୍ତି ଓ ବିଶ୍ୱାସର ବାର୍ତ୍ତା ବହନ କରୁ । ପବିତ୍ର ଚାରିଧାମ ଯାତ୍ରା-୨୦୨୬ ପାଇଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଶୁଭେଚ୍ଛା ।”

ବଦ୍ରିନାଥ ଧାମର କବାଟ ଖୋଲିବା ପରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି । ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ଓ ଉତ୍ସାହ ପୂର୍ବ ବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ଦେଖିବାକୁ ମିଳୁଛି । ଚଳିତବର୍ଷ ମନ୍ଦିର ପରିସର ମଧ୍ୟରେ ମୋବାଇଲ ଫୋନ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।

Tags: BadrinathUttarakhanda
ShareTweetShareSend
Sanchar Live

Sanchar Live

Next Post
ଆଜି ମୁମ୍ବାଇ ଓ ଚେନ୍ନାଇ ଟକ୍କର

ଆଜି ମୁମ୍ବାଇ ଓ ଚେନ୍ନାଇ ଟକ୍କର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୪୧ ବର୍ଷ ବୟସରେ ଦ୍ୱିତୀୟ ଥର ମାଆ ହେବେ ମାହିରା
  • ଫ୍ରୀଜ଼ରୁ ବାହାରୁଛି କି ପାଣି? ଜାଣିରଖ କଣ କରିବେ?
  • ଆସନ୍ତା ୧୭ ତାରିଖ ଯାଏଁ ବର୍ଷାରୁ ମିଳିବନି ତ୍ରାହି
  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.