ସଂଚାର ବ୍ୟୁରୋ: ଛାତ୍ରଛାତ୍ରୀଙ୍କୁ କପି ଦେଇ ବନ୍ଧାହେଲେ ୭ ଜଣ । ବଡମ୍ବା ମାଣିଆବନ୍ଧ କଷିକିଆରୀ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ କପି ଦେଉଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ମାଣିଆବନ୍ଧ ଥାନା ଅନ୍ତର୍ଗତ କଷିକିଆରୀ ହାଇସ୍କୁଲରେ ପରୀକ୍ଷା ଚାଲିଥିବାବେଳେ ଛାତ୍ରଛାତ୍ରୀଙ୍କୁ କପି ଯୋଗାଇ ଦେଉଥିଲେ । ଏନେଇ କଷିକିଆରୀ ସମେତ ବଡମ୍ବା, ବଡ଼ ବାରସିଂହ, ସାନ ବାରସିଂହ ଅଞ୍ଚଳର ୭ ଜଣଙ୍କୁ ଗିରଫ କରାଯାଇଛି । ମାଣିଆବନ୍ଧ ପୋଲିସ ଏନେଇ ଏକ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।