Monday, March 2, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ପିଠି ଯନ୍ତ୍ରଣା ଯୋଗୁ ଚିନ୍ତିତ କି ? ଆପଣାନ୍ତୁ ଏହି ୫ଟି ଘରୋଇ ଉପଚାର

Sanchar Live by Sanchar Live
March 18, 2025
in ଜୀବନ ଶୈଳୀ
0
ପିଠି ଯନ୍ତ୍ରଣା ଯୋଗୁ ଚିନ୍ତିତ କି ? ଆପଣାନ୍ତୁ ଏହି ୫ଟି ଘରୋଇ ଉପଚାର
0
SHARES
9
VIEWS
FacebookTwitter

ଆଜିକାଲି ମହିଳାମାନେ ପିଠି ଯନ୍ତ୍ରଣା ଦ୍ୱାରା ଅଧିକ ଅସୁବିଧାରେ ପଡୁଛନ୍ତି । ବିଶେଷକରି ୩୦ ରୁ ୩୫ ବର୍ଷ ବୟସର ମହିଳାମାନେ ପିଠି ଯନ୍ତ୍ରଣାରେ ଅଧିକ ପୀଡିତ । ଏକ ଅନୁସନ୍ଧାନ ଅନୁଯାୟୀ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପିଠିରେ ଯନ୍ତ୍ରଣା ଅଧିକ ଦେଖାଯାଏ । ତେବେ ଅନେକ ସମୟରେ ଶରୀରରେ ଦୁର୍ବଳତା ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଅଭାବରୁ ପିଠି ଯନ୍ତ୍ରଣା ସମସ୍ୟା ଅଳ୍ପ ବୟସରେ ମଧ୍ୟ ଆରମ୍ଭ ହୁଏ । ଏପରି ପରିସ୍ଥିତିରେ, ଔଷଧ ଖାଇବା ପରିବର୍ତ୍ତେ, ପ୍ରଥମେ ଆପଣ ପିଠି ଯନ୍ତ୍ରଣାର କାରଣ ଜାଣିବା ଭଲ ଏବଂ ତା’ପରେ କିଛି ଘରୋଇ ଉପଚାର ଏବଂ ବ୍ୟାୟାମ ସହିତ ପିଠି ଯନ୍ତ୍ରଣାକୁ ଭଲ କରିବା ଉଚିତ୍ । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ। ଯାହାଫଳରେ ଆପଣ ପିଠି ଯନ୍ତ୍ରଣାରୁ ତୁରନ୍ତ ଆରାମ ପାଇପାରିବେ ।

ପିଠି ଯନ୍ତ୍ରଣା ପାଇଁ ଘରୋଇ ଉପଚାର :
ହିଟିଂ ପ୍ୟାଡର ବ୍ୟବହାର : ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ହିଟିଂ ପ୍ୟାଡ ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ ପିଠି ଏବଂ ଅଣ୍ଟା ଯନ୍ତ୍ରଣାରୁ ତୁରନ୍ତ ଆରାମ ଦେବ । ତେବେ ଗରମ ସେକ ପ୍ରୟୋଗ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୁଏ, ଯାହା ଅକ୍ସିଜନ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱକୁ ଅଣ୍ଟା ମାଂସପେଶୀରେ ସହଜରେ ପହଞ୍ଚିବାକୁ ଦେଇଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
ଗରମ ପାଣିରେ ସ୍ନାନ କରନ୍ତୁ : ଯେଉଁମାନଙ୍କର ବାରମ୍ବାର ପିଠି ଯନ୍ତ୍ରଣା ହୁଏ କିମ୍ବା ଗଣ୍ଠି ଯନ୍ତ୍ରଣା ହୁଏ ସେମାନେ ଗରମ ପାଣିରେ ଗାଧୋଇବା ଉଚିତ୍ । ଗରମ ପାଣି ଶରୀରକୁ ଶାନ୍ତ କରିଥାଏ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ । ଏହା ଶରୀରର ଯନ୍ତ୍ରଣାକୁ କମ୍ କରିଥାଏ ।
ଆଇସକ୍ୟୁବ ପ୍ରୟୋଗ କରନ୍ତୁ : ଯଦି ଆପଣ ଗରମ ଜିନିଷ ପ୍ରୟୋଗ କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ କୋଲ୍ଡ ପ୍ୟାକ୍ ଅର୍ଥାତ୍ ଆଇସକ୍ୟୁବ ମଧ୍ୟ ବ୍ୟବହାର କରିପାରିବେ । ଯେତେବେଳେ ଆଘାତ ଲାଗେ କିମ୍ବା ମାଂସପେଶୀ ଷ୍ଟ୍ରେନ୍ କାରଣରୁ ପିଠି ଯନ୍ତ୍ରଣା ହୁଏ, ଆଇସକ୍ୟୁବ ପ୍ରୟୋଗ କରାଯିବା ଉଚିତ୍ । ଏହା ଶରୀରର ଫୁଲା ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
ଏହିପରି ତକିଆ ବ୍ୟବହାର କରନ୍ତୁ : ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଭଲ ତକିଆ ବ୍ୟବହାର କରିବା ମଧ୍ୟ ଉଚିତ୍ । ସେଥିପାଇଁ ଆପଣ ଶୋଇବା ସମୟରେ ତକିଆକୁ ଗୋଡ ମଝିରେ ରଖିକି ଶୁଅନ୍ତୁ । ଏହା ବ୍ୟତୀତ ଯେତେବେଳେ ବି ଆପଣ ପିଠି ଆଡକୁ ହୋଇ ଶୋଉଛନ୍ତି, ସେତେବେଳେ ତକିଆକୁ ଆଣ୍ଠୁ ତଳେ ରଖନ୍ତୁ । ଏହା ପିଠି ଯନ୍ତ୍ରଣାରୁ ମୁକ୍ତି ଦେବ ଏବ° ଆପଣ ଆରାମ ପାଇବେ ।

ବ୍ୟାୟାମ କରନ୍ତୁ : ଆପଣମାନେ ତ ଜାଣିଥିବେ ଯେତେବେଳେ ପିଠି ଯନ୍ତ୍ରଣା ବଢିଯାଏ, ସେତେବେଳେ ଫିଜିଓଥେରାପି କରାଇବାର ଆବଶ୍ୟକତା ପଡିଥାଏ । ଏପରି ପରିସ୍ଥିତିରେ, ଫିଜିଓଥେରାପିଷ୍ଟମାନେ କେବଳ ବ୍ୟାୟାମ ମାଧ୍ୟମରେ ପିଠି ଯନ୍ତ୍ରଣାକୁ ଭଲ କରନ୍ତି । ପିଠି ଯନ୍ତ୍ରଣା ପାଇଁ ଆପଣ କିଛି ବ୍ୟାୟାମ କରିବା ଜରୁରୀ । ଏଥିପାଇଁ ଶାରୀରିକ କାର୍ଯ୍ୟକଳାପ ଆବଶ୍ୟକ ପଡିଥାଏ । ଏପରି କରିବା ଦ୍ବାରା ଆପଣ ସହଜରେ ପିଠି ଯନ୍ତ୍ରଣାରୁ ଆରାମ ପାଇପାରିବେ । ସେଥିପାଇଁ ଯେଉଁମାନେ ପିଠି ଯନ୍ତ୍ରଣା ଯୋଗୁ କଷ୍ଟ ପାଉଛନ୍ତି, ସେମାନେ ଏହି ଘରୋଇ ଉପଚାର ବ୍ଯବହାର କରିପାରିବେ ।

Tags: Back painHelth tipslifestyle
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା
  • ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ
  • ଆଜି ଏହି ରାଶିକୁ ମିଳିବ ଖୁସି ଖବର
  • ଏହି କାରଣରୁ ବିଜେଡ଼ରୁ ବିଦାହେଲେ ପ୍ରଭାତ ବିଶ୍ୱାଳ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.