ଭୁବନେଶ୍ୱର: ବିକଶିତ ଓଡ଼ିଶାର ନୂତନ ବିନ୍ଧାଣି ମାନଙ୍କୁ ଏକାମ୍ର ମେଧା ସମ୍ମାନ-୨୦୨୬ ର ଶୁଭାରମ୍ଭ କଲେ ଏକାମ୍ର ବିଧାୟକ ବାବୁ ସିଂ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଉତ୍ସାହିତ ବାତାବରଣ ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଏକାମ୍ର ବିଧାୟକ ଙ୍କ ଦ୍ୱାରା ଏକାମ୍ର ମେଧା ସମ୍ମାନ-୨୦୨୬ ର ଶୁଭାରମ୍ଭ କରାଯାଇଛି ।ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରାୟ ୪୦୦ରୁ ଅଧିକ ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ,ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ ।

ଏହି ସମାରୋହରେ ବିଧାୟକ ବାବୁ ସିଂ ଙ୍କ ସମେତ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ସତଫଥୀ,ସାହିତିକ ଗୌରହରି ଦାସ,ଶିକ୍ଷାବିତ ପ୍ରତାପ ଜେନା,ଭୁବନେଶ୍ୱର ଗୋଷ୍ଠି ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ବିକାଶର ରୋଡମ୍ୟାପ୍ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ ଆଜିର ଏହି ଏକାମ୍ର ମେଧା ସମ୍ମାନ -୨୦୨୬ ରେ ଏକାମ୍ର ନିର୍ବାଚନ ମଣ୍ଡଳୀର ୩୨ ଟି ସ୍କୁଲ ର ଦଶମ ବୋଡ଼ ପରୀକ୍ଷା ରେ ସର୍ବାଧିକ ନମ୍ବତ ରଖି ଉତୀର୍ଣ୍ଣ ହୋଇଥିବା ପ୍ରତି ସ୍କୁଲ ରୁ ଦଶ ଜଣ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦିଆ ଦିଆଯାଇଥିଲା। ସେହି ଭଳି ଏକାମ୍ର ନିର୍ବାଚନ ମଣ୍ଡଳୀର ପାଞ୍ଚ ଟି କଲେଜ ର ଦ୍ୱାଦଶ ପରୀକ୍ଷା ରେ କଳା, ବିଜ୍ଞାନ, ବାଣିଜ୍ୟ ରେ ସର୍ବାଧିକ ନମ୍ବର ରଖିଥିବା ପ୍ରତ୍ୟକ ବିଭାଗର ତିନି ଜଣଙ୍କୁ ସମ୍ବର୍ଦ୍ଧନା ଦିଆ ଗଲା।ଶିକ୍ଷା କେବଳ ଉପାଧି କିମ୍ବା ଡିଗ୍ରୀ ଅର୍ଜନର ମାଧ୍ୟମ ନୁହେଁ, ଏହା ବିଦ୍ୟାର୍ଥୀକୁ ସମାଜର ସାମଗ୍ରିକ ଉତ୍ଥାନର ଉତ୍ତରଦାୟିତ୍ୱ ମଧ୍ୟ ପ୍ରଦାନ କରେ ।

ଶିକ୍ଷା ହିଁ ସମାଜ ପରିବର୍ତ୍ତନର ପ୍ରଧାନ ଶକ୍ତି। ଛାତ୍ରଛାତ୍ରୀମାନେ ହେଉଛନ୍ତି ଆଗାମୀ ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାତା। ଯେତେବେଳେ ଆମ ରାଜ୍ୟର କୁନି କୁନି ପାଦ ଆଗକୁ ବଢିବ, ସେତେବେଳେ ହିଁ ସାକାର ହେବ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ତଥା ଏକାମ୍ର ର ସ୍ୱପ୍ନ।
