ସଂଚାର ବ୍ୟୁରୋ: ପୁରୀ ମହୋଦଧିରେ ବାପା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ସହ ସ୍ନାନ କଲେ ବାବୁ ସାନ । ପୁରୀରେ ପହଂଚି ସ୍ୱର୍ଗଦ୍ୱାର ନିକଟ ଅସ୍ଥି ବିସର୍ଜନ ପୀଠରେ ପୂଜାର୍ଚ୍ଚନା କରି ସମୁଦ୍ରରେ ଅସ୍ଥି ବିସର୍ଜନ କରିଛନ୍ତି । ଦଶାହ କର୍ମବେଳେ ସୁଟିଂ ଥିବାରୁ ମୁଣ୍ଡନ ହୋଇ ନଥିଲେ ବାବୁସାନ । ତେଣୁ ଆଜି ଲଣ୍ଡା ହୋଇ ପୁରୀ ମହୋଦଧି ଆସିଥିଲେ । ଆଜି ବିଶେଷ ତିଥି ରହିଥିବାରୁ ସେ ପୁରୀରେ ଆସି ବିସର୍ଜନ କରିବା ସହ ମହୋଦଧିରେ ସ୍ନାନ କରି ସନ୍ତୋଷ ପ୍ରାପ୍ତି କରିଥିବା ବାବୁସାନ କହିଛନ୍ତି । ତେବେ ପୂର୍ବରୁ ସେ ପୁରୀ ଆସି ଶ୍ୱେତଗଙ୍ଗା ପୁଷ୍କରଣୀରେ ଅସ୍ଥି ବିସର୍ଜନ କରିସାରିଥିବାରୁ ଓଡ଼ିଆ ପରମ୍ପରା ଅନୁସାରେ ଆଜି ବିସର୍ଜନ କାର୍ଯ୍ୟ ସହ ବିଧି ଅନୁଯାୟୀ ପୂଜା କରିଥିବା ସେବାୟତ ମାନେ କହିଛନ୍ତି ।

