ସଂଚାର ବ୍ୟୁରୋ: ମଇଁଷି ଚରାଇବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା କୋଲିଢିଅ ପଞ୍ଚାୟତ ଇଚ୍ଛାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଜୋର ପାର ହେବା ଅଜାମ୍ବର ନାୟକଙ୍କୁ କୁମ୍ଭୀର ଟାଣିନେଇଛି । ଅଭିଯୋଗ ଅନୁସାରେ ଅଜାମ୍ବର ଓ ବାବୁରାମ ନାୟକ ମଇଁଷି ଚରାଇବାକୁ ଯାଇଥିଲେ । ଜୋର ପାର ହେବା ନିମନ୍ତେ ଡିଙ୍ଗି ନିକଟକୁ ଯାଇଥିବା ବେଳେ ଏକ କୁମ୍ଭୀର ଅଜାମ୍ବରଙ୍କୁ ଭିଡ଼ିନେଇଥିଲା । ଏନେଇ ବାବୁରାମ ଗାଁରେ ଖବର ଦେବାପରେ ଅଗ୍ନିଶମ ବାହିନୀ, ପୋଲିସ ଓ ବନ ବିଭାଗ ମିଳିତ ଭାବେ ନିଖୋକ ଅଜାମ୍ବରଙ୍କୁ ଖୋଜାଖୋଜି କରୁଛନ୍ତି ।