Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଅପରାଧ

ପୂର୍ବତନ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ହାଣିଦେଲେ

Sanchar Live by Sanchar Live
November 13, 2024
in ଅପରାଧ
0
Oplus_131072

Oplus_131072

0
SHARES
33
VIEWS
Facebook
Twitter

ଭଦ୍ରକ:  ରାତିର ଅନ୍ଧକାରରେ ପୂର୍ବତନ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ହାଣିଦେଲେ। ଫଳରେ ରାସ୍ତା ଉପରେ ଛଟପଟ ହୋଇ ସେ ଆଖି ବୁଜିଲେ । ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁରେ ଘଟିଛି। ମୃତକ ହେଲେ ପୂର୍ବତନ ସରପଞ୍ଚ ତଥା ଆମ୍ବରୋଳୀ ସମବାୟ ସେବା ସମିତିର ସଭାପତି ଚିତ୍ତରଞ୍ଜନ ରାଉତ ।

ଚିତ୍ତରଞ୍ଜନ ରାଉତ ଗତ ରାତିରେ ନିଜ ଗାଁରେ ହେଉଥିବା ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରୁ ସେ ଏକୁଟିଆ ଘରକୁ ଫେରୁଥିଲେ ମଧ୍ୟ ରାତିରେ ଘରେ ପହଞ୍ଚି ନ ଥିଲେ।

Related posts

ଦୀପାବଳି ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର

ଦୀପାବଳି ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର

November 7, 2026
ଏମିତି ଜ୍ୱାଇଁ କାହାକୁ ନମିଳୁ…

ଏମିତି ଜ୍ୱାଇଁ କାହାକୁ ନମିଳୁ…

November 6, 2026

ପରିବାର ଲୋକେ ସକାଳେ ଖୋଜାଖୋଜି କରି ଘରଠାରୁ କିଛି ଦୂରରେ ଥିବା ଏକ ନାଳ ନିକଟରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛନ୍ତି।ମୁଣ୍ଡର ପଛ ପଟେ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି।

ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚିତ୍ତରଞ୍ଜନଙ୍କୁ କିଛି ଲୋକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଏପରି ଏକ ହତ୍ୟାକାଣ୍ଡ ପଛର କାରଣ କ’ଣ ଓ କିଏ ଏହି ଷଡଯନ୍ତ୍ର ରଚିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ପରିବାର ଲୋକେ ଏନେଇ କିଛି କହି ପାରୁ ନାହାନ୍ତି। ଚିତ୍ତରଞ୍ଜନଙ୍କର କାହା ସହ କିଛି ଶତ୍ରୁତା ନ ଥିବାରୁ ସେମାନେ କାହାକୁ ସନ୍ଦେହ କରି ପାରୁ ନାହାନ୍ତି। ତେବେ ଅଭିଯୁକ୍ତଙ୍କୁ ଧରି କଡ଼ା ଶାସ୍ତି ଦେବାକୁ ସେମାନେ ଦାବି କରିଛନ୍ତି।

Tags: bhadrakcrimemurder

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.