କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନ୍ଏସି ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରାଙ୍କୁ ଆକ୍ରମଣ । ଜଣେ କାଉନସିଲର ଏହି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଜଗନ୍ନାଥ ବେହେରା ଏନେଇ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ସନ୍ଧ୍ୟାରେ ଝଡ଼ ବର୍ଷା ପରେ ଚମ୍ପୁଆ ଏନଏସି ୫ ନଂ ୱାର୍ଡରେ କ୍ଷୟକ୍ଷତି ହୋଇଥିଲା। କିଛି ବସ୍ତି ବାସିନ୍ଦାଙ୍କ ଘରେ ଡ୍ରେନ ପାଣି ପଶିଯିବାକୁ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଜଗନ୍ନାଥ ବେହେରା ଅନୁସନ୍ଧାନ ପାଇଁ ସେଠାକୁ ଯାଇଥିଲେ । ସେହି ସମୟରେ ୫ ନଂ ୱାର୍ଡ କାଉନସିଲର ସାକିବ ସରାୱର୍ ସର୍ବ ସାଧାରଣଙ୍କ ସମ୍ମୁଖରେ ତାଙ୍କ ସାର୍ଟ ଚିରିଦେବା ସହ ମାଡ଼ ମାରିଥିଲେ ବୋଲି ଜଗନ୍ନାଥ ବେହେରା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କାଉନସିଲର ସାକିବ ସରାୱରଙ୍କୁ ଚମ୍ପୁଆ ପୋଲିସ୍ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।